ଓଡ଼ିଶା ଓପନ୍‌ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ମହୋତ୍ସବ ଉଦଯାପନ*

0

ସୋଆ ୟୁନିଭରସିଟିଠାରେ ଦୀର୍ଘ ୮ ଦିନ ଧରି ଅନୁଷ୍ଠିତ ହୋଇଥିବା ଦ୍ୱିତୀୟ ଗ୍ରାଣ୍ଡ ମାଷ୍ଟରର୍ସ ଚେସ୍ ମହୋତ୍ସବ ଉଦଯାପନ ହୋଇଛି l ଏହି ମହୋତ୍ସବର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ମାନ୍ୟବର ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର, ବରେଣ୍ୟ ଅତିଥି ଅଧ୍ୟକ୍ଷ ଡଃ ଅବିନାଶ ସାମଲ (ମ୍ୟାନେଜିଂ ଡାଇରେକ୍ଟର ଏମ୍ପରିଓ ଗ୍ରୁପ), ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବିଭୁତି ଭୂଷଣ ପ୍ରଧାନ (ପର୍ଜଙ୍ଗ), ଯାଜପୁରର ପୂର୍ବତନ ଜିଲ୍ଲାପାଳ ଶ୍ରୀଯୁକ୍ତ ଅନିଲ କୁମାର ସାମଲ, ଉତ୍କଳ ଚାମ୍ବର୍ସ ଅଫ କମର୍ସର ସଭାପତି ଶ୍ରୀଯୁକ୍ତ ପ୍ରବୋଧ ମହାନ୍ତି ପ୍ରମୁଖ ଯୋଗଦେଇ ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l ୨୦ଟି ଦେଶରୁ ଆସି ପ୍ରତିଯୋଗୀତାରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କ ପ୍ରତିଭାକୁ ସମ୍ମାନ ଜଣାଇବା ସହିତ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ ଏବଂ ସମସ୍ତ ପ୍ରତିଯୋଗୀ, ଅଭିଭାବକମାନଙ୍କୁ ଧନ୍ୟବାଦ ଜଣାଇଥିଲେ l ଦୀର୍ଘ ୮ ଦିନ ପର୍ଯ୍ୟନ୍ତ ଧର୍ଯ୍ୟର ସହିତ ସାରା ବିଶ୍ୱକୁ ଗୋଟିଏ ଛାତ ତଳେ ଏକାଠି କରି ତାଙ୍କୁ ଆତିଥ୍ୟ ଦେବାଠାରୁ ଆରମ୍ଭ କରି ପ୍ରତିଯୋଗିତାକୁ ସୂଚାରେ ରୂପେ ସମାପନ କରିଥିବା ଯୋଗୁଁ ଆୟୋଜକଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଥିଲେ l

 

ତେବେ ‘ଏ’ ବର୍ଗର ଭିଏତନାମାର ଫିଡେ ମାଷ୍ଟର ନ୍ଵଙ୍ଗ କ୍ଵକ ହେ ୮ ପଏଣ୍ଟ ସଂଗ୍ରହ କରି ଦ୍ଵିତୀୟ ଓପନ୍ ଗ୍ରାଣ୍ଡ ମାଷ୍ଟର ଚେସ୍ ମହୋତ୍ସବର ଚମ୍ପିୟାନ ହୋଇଛନ୍ତି l

ବେଲାରୁଷର ଗ୍ରାଣ୍ଡ ମାଷ୍ଟର ଫେଡେରସ ଆଲେକ୍ସି ୮ ପଏଣ୍ଟ ସଂଗ୍ରହ କରି ଦ୍ଵିତୀୟ ସ୍ଥାନ ଅଳଙ୍କୃତ କରିଛନ୍ତି ଏବଂ ଭାରତର ଗ୍ରାଣ୍ଡ ମାଷ୍ଟର ଇନିୟନ ପିଏ ୭.୫ ପଏଣ୍ଟ ସଂଗ୍ରହ କରି ତୃତୀୟ ସ୍ଥାନ ଅଳଙ୍କୃତ କରିଛନ୍ତି l

ଓଡିଶାର ଅନ୍ତର୍ଜାତୀୟ ମାଷ୍ଟର ସମ୍ବିତ ପଣ୍ଡା ମୋଟ ୭ ପଏଣ୍ଟ ସଂଗ୍ରହ କରି ତାଙ୍କର ଖୁବ ସୁନ୍ଦର ଖେଳ ପ୍ରଦର୍ଶନ କରି ୧୭ତମ ସ୍ଥାନ ଅଳଙ୍କୃତ କରିଛନ୍ତି l

୯ ରାଉଣ୍ଡର ପରିସମାପ୍ତି ପରେ ସି’ ବର୍ଗରେ ପଶ୍ଚିମବଙ୍ଗର ୟୁବ ଦେଶାୟୀ ୮ପଏଣ୍ଟ ସଂଗ୍ରହ କରି ଚମ୍ପିୟନ ହୋଇଛନ୍ତି l ଓଡ଼ିଶାର ସୂର୍ଯ୍ୟମିତ୍ର ସେନ ୮ ପଏଣ୍ଟ ସଂଗ୍ରହ କରି ଦ୍ଵିତୀୟ ସ୍ଥାନ ଅଳଙ୍କୃତ କରିଛନ୍ତି l ୮ ପଏଣ୍ଟ ସଂଗ୍ରହ କରି ତୃତୀୟ ସ୍ଥାନ ମଧ୍ୟ ଓଡ଼ିଶାର ମୁନ୍ନା ଶବର ଅଳଙ୍କୃତ କରି ଆମ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି l

 

ଓଡିଶା ଓପନ୍ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ମହୋତ୍ସବରେ ସମୁଦାୟ ୭୮୮ ପ୍ରତିଯୋଗୀ, ୨୦ଟି ଦେଶ ଯଥା: ବାଙ୍ଗଲାଦେଶ, ବେଲାରସ, କଲମ୍ବିଆ, ଇଜିପ୍ଟ, ହଙ୍ଗରି, ଇଣ୍ଡୋନେସିଆ, ଭାରତ, ଇସ୍ରାଏଲ, କିର୍ଜିସ୍ତାନ, ମଙ୍ଗୋଲିଆ, ନର୍ଥ ଆମେରିକା, ଋଷିଆ, ସିଙ୍ଗାପୁର, ଶ୍ରୀଲଙ୍କା, ସ୍ଲୋଭାକିଆ, ତୁର୍କମେନିସ୍ତାନ, ୟୁଏସଏ, ଭିଏତନାମା, ଜିମ୍ବାଏ ଭଳି ଦେଶର ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଛନ୍ତି l

ଆୟୋଜନ କମିଟିର ଅଧ୍ୟକ୍ଷ ଡଃ ଅବିନାଶ ସାମଲ, (ମ୍ୟାନେଜିଂ ଡାଇରେକ୍ଟର, ଏମ୍ପେରିଓ ଗ୍ରୁପ) ଏହି ପ୍ରତିଯୋଗିତା ପାଇଁ ଅନେକ ପ୍ରୋତ୍ସାହନ ଯୋଗାଇଛନ୍ତି l ଜଣେ ଯୁବ ଉଦ୍ୟୋଗପତି ଭାବରେ ଏହି ମହୋତ୍ସବ ପ୍ରତି ତାଙ୍କର ଅବଦାନ ଅତୁଳନୀୟ l ଏହି ଚେସ୍ ମହୋତ୍ସବ ଓଡିଶାରେ ଦ୍ଵିତୀୟ ବର୍ଷର ସମାପ୍ତ ପରେ ଏହା କିପରି ପ୍ରତିବର୍ଷ ଓଡ଼ିଶାରେ ଆୟୋଜିତ ହେବ ସେଥିପାଇଁ ଡଃ ସାମଲ ଅନେକ ତତ୍ପର ଅଛନ୍ତି l

ମହୋତ୍ସବର ଉଦଯାପନୀ ଉତ୍ସବରେ ରାଜ୍ୟ ଚେସ୍ ସଂଘ ସମ୍ପାଦକ ଦେବବ୍ରତ ଭଟ୍ଟ, ସୋଆର କ୍ରୀଡ଼ାଅଧିକାରୀ ସୁନିତା ବର୍ମା ଓ ଡିନ୍ ଜ୍ୟୋତିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ l

ଏହି ଚେସ୍ ମହୋତ୍ସବକୁ ପରିଚାଳନା କରିବା ପାଇଁ ଅଖିଳ ଭାରତୀୟ ଚେସ୍ ମହାସଂଘର ୫ଜଣ କର୍ମଚାରୀ; ମୁଖ୍ୟ ବିଚାରକ ପଲ୍ ଆରୋକ୍ୟ ରାଜ, ଉପମୁଖ୍ୟ ବିଚାରକ ତାପସ ମହାନ୍ତି, ସୁରେଶ ଚନ୍ଦ୍ର ସାହୁ, ଫେୟାର ପ୍ଲେ ବିଚାରକ ଅପରାଜିତା ଗୋଛିକାର ଏବଂ କବିରାଜ ଶାବନ୍ତ ପ୍ରମୁଖ ନିଯୁକ୍ତ ହୋଇଥିଲେ l

ଏହି ମହୋତ୍ସବ ଦ୍ୱାରା ଅନେକ ପ୍ରତିଯୋଗୀ ଚେସ୍ ଖେଳ ପ୍ରତି ଆକୃଷ୍ଟ ହେଉଛନ୍ତି ଏବଂ ନିଜର ପ୍ରତିଭା ପ୍ରଦର୍ଶନ କରିବା ପାଇଁ ସୁଯୋଗ ପାଇଛନ୍ତି l ବିଭିନ୍ନ ଦେଶରୁ ଆସିଥିବା ପ୍ରତିଯୋଗୀ ଏବଂ ସେମାନଙ୍କ ଅଭିଭାବକମାନେ ଅନେକ ପ୍ରଶଂସା କରିଥିଲେ l

Leave A Reply

Your email address will not be published.