ଭୁବନେଶ୍ୱଶ୍ୱର (ଆମ ଟିଭି): ଓଡ଼ିଶାରେ ଦ୍ୱିତୀୟ ଗ୍ରାଣ୍ଡ ମାଷ୍ଟରର୍ସ ଚେସ୍ ମହୋତ୍ସବ ଚତୁର୍ଥ ଦିବସରେ ପହଞ୍ଚିଛି l ଯାହା ଡିସେମ୍ବର ୧୫ ରୁ ଆରମ୍ଭ ହୋଇଛି ଏବଂ ୨୨ ତାରିଖରେ ଶେଷ ହେବ l ଚତୁର୍ଥ ଦିବସରେ ଏ ବର୍ଗର ୨ ରାଉଣ୍ଡ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ଏ ବର୍ଗରେ ୧୯୦୦ ରୁ ଉର୍ଦ୍ଧ୍ୱ ରେଟିଂ ହାସଲ କରିଥିବା ପ୍ରତିଯୋଗୀମାନେ ସ୍ଥାନ ପାଇଛନ୍ତି l ସେହିପରି ବି’ ବର୍ଗରେ ୧୯୦୦ ରେଟିଂ ତଳକୁ ଥିବା ପ୍ରତିଯୋଗୀମାନେ ସ୍ଥାନ ପାଇଛନ୍ତି l ବି’ ବର୍ଗର ସମସ୍ତ ରାଉଣ୍ଡ ମ୍ୟାଚ ଶେଷରେ ଫଳାଫଳ ପାଇଥିଲା l ମୁଖ୍ୟ ଅତିଥି ଡଃ ଅବିନାଶ ସାମଲ, ଭୁବନେଶ୍ୱର ଉତ୍ତରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ରୋଟାରୀୟାନ ଯଜ୍ଞଶୀଷ ମହାପାତ୍ର, ବି ବର୍ଗର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l
ଏହି ଅନ୍ତର୍ଜାତୀୟ ଗ୍ରାଣ୍ଡ ମାଷ୍ଟର୍ସ ଚେସ ମହୋତ୍ସବରେ ସମୁଦାୟ ୭୦୦ ପ୍ରତିଯୋଗୀ, ୨୭ଟି ଦେଶ ଯଥା: ବାଙ୍ଗଲାଦେଶ, ବେଲାରସ, କଲମ୍ବିଆ, ଇଜିପ୍ଟ, ହଙ୍ଗରି, ଇଣ୍ଡୋନେସିଆ, ଭାରତ, ଇସ୍ରାଏଲ, କିର୍ଜିସ୍ତାନ, ମଙ୍ଗୋଲିଆ, ନର୍ଥ ଆମେରିକା, ଋଷିଆ, ସିଙ୍ଗାପୁର, ଶ୍ରୀଲଙ୍କା, ସ୍ଲୋଭାକିଆ, ତୁର୍କମେନିସ୍ତାନ, ୟୁଏସଏ, ଭିଏତନାମା, ଜିମ୍ବାଏ ଭଳି ଦେଶର ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଛନ୍ତି l
ଏହି ଅନ୍ତର୍ଜାତୀୟ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କମିଟିର ଅଧ୍ୟକ୍ଷ ଡଃ ଅବିନାଶ ସାମଲ, (ମ୍ୟାନେଜିଂ ଡାଇରେକ୍ଟର, ଏମ୍ପେରିଓ ଗ୍ରୁପ) ସର୍ବାଧିକ ପ୍ରୋତ୍ସାହନ ଯୋଗାଇଛନ୍ତି l ଜଣେ ଯୁବ ଉଦ୍ୟୋଗପତି ଭାବରେ ଏହି ମହୋତ୍ସବ ପ୍ରତି ତାଙ୍କର ଅବଦାନ ଅତୁଳନୀୟ l ଏହି ଚେସ୍ ମହୋତ୍ସବ ଓଡିଶାରେ ଦ୍ଵିତୀୟ ବର୍ଷରେ ପହଞ୍ଚିଥିବା ବେଳେ ଏହା କିପରି ପ୍ରତିବର୍ଷ ଓଡ଼ିଶାରେ ଆୟୋଜିତ ହେବ ସେଥିପ୍ରତି ଡଃ ସାମଲ ତତ୍ପର ଅଛନ୍ତି l
ମହୋତ୍ସବ ତୃତୀୟ ଦିବସରେ ରାଜ୍ୟ ଚେସ୍ ସଂଘ ସମ୍ପାଦକ ଦେବବ୍ରତ ଭଟ୍ଟ, ସୋଆର କ୍ରୀଡ଼ାଅଧିକାରୀ ସୁନିତା ବର୍ମା ଓ ଡିନ୍ ଜ୍ୟୋତିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ l ଅଖିଳ ଭାରତୀୟ ଚେସ୍ ମହାସଂଘର ୫ ଜଣ କର୍ମଚାରୀ ଏହି ମହୋତ୍ସବକୁ ପରିଚାଳନା କରିବା ପାଇଁ ନିଯୁକ୍ତି ଅଛନ୍ତି l ମୁଖ୍ୟ ବିଚାରକ ପଲ୍ ଆରୋକ୍ୟ ରାଜ, ଉପମୁଖ୍ୟ ବିଚାରକ ତାପସ ମହାନ୍ତି, ସୁରେଶ ଚନ୍ଦ୍ର ସାହୁ, ଫେୟାର ପ୍ଲେ ବିଚାରକ ଅପରାଜିତା ଗୋଛିକା ଏବଂ କବିରାଜ ଶାବନ୍ତ l