ତୃତୀୟ ଦିନରେ ଓଡ଼ିଶା ଓପନ୍‌ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ମହୋତ୍ସବ

0

ଭୁବନେଶ୍ୱର (ଆମ ଟିଭି): ଓଡ଼ିଶାରେ ଦ୍ୱିତୀୟ ଗ୍ରାଣ୍ଡ ମାଷ୍ଟରର୍ସ ଚେସ୍ ମହୋତ୍ସବର ତୃତୀୟ ଦିନର ଖେଳ ଶେଷ ହୋଇଛି ଯାହା ଡିସେମ୍ବରରୁ ୧୫ ରୁ ୨୨ ପର୍ଯ୍ୟନ୍ତ ସୋଆ ବିଶ୍ଵବିଦ୍ୟାଳୟ କ୍ୟାମ୍ପସ-୨ରେ ଅନୁଷ୍ଠିତ ହେବ l ତୃତୀୟ ଦିନରେ ଏ ବର୍ଗର ୨ ରାଉଣ୍ଡ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ଏ ବର୍ଗରେ ୧୯୦୦ ରୁ ଉର୍ଦ୍ଧ୍ୱ ରେଟିଂ ହାସଲ କରିଥିବା ପ୍ରତିଯୋଗୀମାନେ ସ୍ଥାନ ପାଇଛନ୍ତି l ସେହିପରି ବି’ ବର୍ଗରେ ୧୯୦୦ ରେଟିଂ ତଳକୁ ଥିବା ପ୍ରତିଯୋଗୀମାନେ ସ୍ଥାନ ପାଇଛନ୍ତି l


ବି’ ବର୍ଗର ୪ ରାଉଣ୍ଡ ମ୍ୟାଚ ଶେଷ

ଏହି ଅନ୍ତର୍ଜାତୀୟ ଗ୍ରାଣ୍ଡ ମାଷ୍ଟର୍ସ ଚେସ ମହୋତ୍ସବରେ ସମୁଦାୟ ୨୦ଟି ଦେଶ ଯଥା: ବାଙ୍ଗଲାଦେଶ, ବେଲାରସ, କଲମ୍ବିଆ, ଇଜିପ୍ଟ, ହଙ୍ଗରି, ଇଣ୍ଡୋନେସିଆ, ଭାରତ, ଇସ୍ରାଏଲ, କିର୍ଜିସ୍ତାନ, ମଙ୍ଗୋଲିଆ, ନର୍ଥ ଆମେରିକା, ଋଷିଆ, ସିଙ୍ଗାପୁର, ଶ୍ରୀଲଙ୍କା, ସ୍ଲୋଭାକିଆ, ତୁର୍କମେନିସ୍ତାନ, ୟୁଏସଏ, ଭିଏତନାମା, ଜିମ୍ବାଏ ଭଳି ଦେଶର ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଛନ୍ତି l

ଏହି ଅନ୍ତର୍ଜାତୀୟ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କମିଟିର ଅଧ୍ୟକ୍ଷ ଡଃ ଅବିନାଶ ସାମଲ, (ମ୍ୟାନେଜିଂ ଡାଇରେକ୍ଟର, ଏମ୍ପେରିଓ ଗ୍ରୁପ) ସର୍ବାଧିକ ପ୍ରୋତ୍ସାହନ ଯୋଗାଇଛନ୍ତି l ଜଣେ ଯୁବ ଉଦ୍ୟୋଗପତି ଭାବରେ ଏହି ମହୋତ୍ସବ ପ୍ରତି ତାଙ୍କର ଅବଦାନ ଅତୁଳନୀୟ l ଏହି ଚେସ୍ ମହୋତ୍ସବ ଓଡିଶାରେ ଦ୍ଵିତୀୟ ବର୍ଷରେ ପହଞ୍ଚିଥିବା ବେଳେ ଏହା କିପରି ପ୍ରତିବର୍ଷ ଓଡ଼ିଶାରେ ଆୟୋଜିତ ହେବ ସେଥିପ୍ରତି ଡଃ ସାମଲ ତତ୍ପର ଅଛନ୍ତି l ମହୋତ୍ସବ ତୃତୀୟ ଦିବସରେ ରାଜ୍ୟ ଚେସ୍ ସଂଘ ସମ୍ପାଦକ ଦେବବ୍ରତ ଭଟ୍ଟ, ସୋଆର କ୍ରୀଡ଼ାଅଧିକାରୀ ସୁନିତା ବର୍ମା ଓ ଡିନ୍ ଜ୍ୟୋତିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ l

Leave A Reply

Your email address will not be published.