ଓଡ଼ିଶା ଦେଖିବ ସୂର୍ଯ୍ୟକିରଣ ସୋ
ଭୁବନେଶ୍ୱର(ଆମ ଟିଭି): ବାୟୁସେନା ପକ୍ଷରୁ ଓଡ଼ିଶାରେ ସୂର୍ଯ୍ୟକିରଣ ସୋ ହେବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ। ଭୁବନେଶ୍ୱର ଓ ପୁରୀରେ ସୂର୍ଯ୍ୟକିରଣ ସୋ କରାଯିବ। ସେପ୍ଟେମ୍ବର ୧୬ ତାରିଖରେ ଭୁବନେଶ୍ୱର କୁଆଖାଇ ନଦୀ ଶଯ୍ୟାରେ ଏବଂ ୧୮ ତାରିଖରେ ପୁରୀରେ ରାଜଭବନ ଉପରେ ସୋ କରାଯିବା ନେଇ ଭୁବନେଶ୍ୱର ଏୟାରପୋର୍ଟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ପୂର୍ବରୁ ୨୦୧୬ ଡିସେମ୍ବରରେ ଏଭଳି କାର୍ଯ୍ୟକ୍ରମ କଟକରେ କରାଯାଇଥିଲା।
ଏନେଇ ପ୍ରତିରକ୍ଷା ବିଶେଷଜ୍ଞ ତଥା ଏୟାର କମୋଡର ତୁଷାରକାନ୍ତି ରଥ କହିଛନ୍ତି ଯେ, ଏଭଳି ସୋ ଓଡ଼ିଶାର ଯୁବପିଢିଙ୍କୁ ଏୟାରଫୋର୍ସରେ ଯୋଗ ଦେବାକୁ ଅଧିକ ଉତ୍ସାହିତ କରିବ। ଏପରି ସୋ ୧୯୭୮-୭୯ରେ ଆରମ୍ଭ ହୋଇଥିଲା। ଏହାକୁ ଥଣ୍ଡରବୋଲ୍ଡ କୁହାଯାଉଥିଲା।