ଓଡିଶାର ୪ ପୋଲିସଙ୍କୁ ମିଳିବ ଉତ୍କର୍ଷ ପଦକ

0

ଭୁବନେଶ୍ବର (ଆମ ଟିଭି) : ପୋଲିସ ଅଫିସରଙ୍କୁ ମିଳିବ ମେଡାଲ। ମେଡାଲ ଦେବ କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାର ୪ ପୁଲିସଙ୍କୁ ମିଳିବ ପଦକ। ଦେଶରେ ମୋଟ୍‌ ୧୫୧ ଜଣ ପୁଲିସ ଅଧିକାରୀଙ୍କୁ ଏହି ପଦକ ମିଳିବାକୁ ଥିବାବେଳେ, ସେମାନଙ୍କ ମଧ୍ୟରେ ଓଡ଼ିଶାରୁ ଜଣେ ଡିଏସ୍‌ପି ଓ ୩ଜଣ ଇନ୍ସପେକ୍ଟରଙ୍କୁ ରହିଛନ୍ତି। ଡିଏସ୍‌ପି ସୁମିତ୍ରା ଜେନା, ଇନ୍ସପେକ୍ଟର ଆଶିଷ ଜେନା, ଇନ୍ସପେକ୍ଟର ଅନୁସୂୟା ନାୟକ ଏବଂ ଇନ୍ସପେକ୍ଟର ରମେଶ ପ୍ରଧାନ ତଦନ୍ତରେ ଉତ୍କର୍ଷତା ପାଇଁ ପାଇବେ ପଦକ ।

ମିଳିଥିବା ସୂଚନା ମୁତାବକ, ସିବିଆଇରୁ ସର୍ବାଧିକ ୧୫ ଜଣ ଅଧିକାରୀଙ୍କୁ ଏହି ପଦକ ମିଳିବ। ମହାରାଷ୍ଟ୍ରରୁ ୧୧, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରୁ ୧୦ ଜଣ ଲେଖାଏଁ ଅଧିକାରୀଙ୍କୁ ଏହି ଉତ୍କର୍ଷ ପଦକ ମିଳିବ। ପୋଲିସରେ ରହି ନିଜ ଦାୟିତ୍ଵ ଓ କର୍ତ୍ତବ୍ୟକୁ ସୁରୁଖୁରରେ ପାଳନ କରିଥିବାରୁ ଏହି ପଦକ ମିଳିବ।

Leave A Reply

Your email address will not be published.