ଜୀ ସାର୍ଥକରେ ଆରମ୍ଭ ହେବାକୁ ଯାଉଛି ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍ ଆରମ୍ଭ

0

ଭୁବନେଶ୍ବର (ଆମ ଟିଭି): ଓଡିଶାର ଘରେ ଘରେ ପରିଚିତ ଜୀ ସାର୍ଥକ ଓଡ଼ିଆ ଘରର ପରମ୍ପରା ଓ ରୀତିନୀତିକୁ ଆଖିରେ ରଖି ଭେଟି ଦେଉଥିବା ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ ପାଇଁ ଓଡ଼ିଶାରେ ଏକ ନମ୍ବର ହୋଇ ପାରିଛି । ଓଡ଼ିଶାର ପାରମ୍ପରିକ ପର୍ବ ରଜ ଉପଲକ୍ଷେ ନାରୀତ୍ୱ, ପରମ୍ପରା ଏବଂ ସଂସ୍କୃତିକୁ ସମ୍ମାନ ଜଣାଇବା ପାଇଁ ଜୀ ସାର୍ଥକର ସବୁଠାରୁ ଲୋକପ୍ରିୟ ରିଆଲିଟି ଶୋ ‘ରଜ କୁଇନ୍’ ପୁଣିଥରେ ଏହାର ରୋମାଞ୍ଚକର ଯାତ୍ରା ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି ।

‘ରଜ କୁଇନ୍’ କେବଳ ଏକ ପ୍ରତିଯୋଗିତା ନୁହେଁ, ବରଂ ଏହା ରାଜ୍ୟର ଯୁବତୀମାନଙ୍କ ମଧ୍ୟରେ ଥିବା ପ୍ରତିଭା, ଆତ୍ମବିଶ୍ୱାସ, ବ୍ୟକ୍ତିତ୍ୱ ଏବଂ ଉତ୍ସାହକୁ ପରିପ୍ରକାଶ କରିବାର ଏକ ମାଧ୍ୟମ। ପ୍ରତିବର୍ଷ ହଜାର ହଜାର ପ୍ରତିଯୋଗୀ ନିଜର ସ୍ୱପ୍ନ ସାକାର କରିବା ପାଇଁ ଏଥିରେ ଅଂଶଗ୍ରହଣ କରିଥାନ୍ତି। ଚଳିତ ବର୍ଷ ଏହି ଶୋ’ ପୂର୍ବ ଅପେକ୍ଷା ଅଧିକ ଭବ୍ୟ ଓ ଆକର୍ଷଣୀୟ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ରାହୁଲ ରାଓ ।

ପୂର୍ବ ବର୍ଷ ଅପେକ୍ଷା ଏହି ବର୍ଷ ‘ରଜ କୁଇନ୍’ରେ କିଛି ନୂତନତ୍ଵ ସହିତ ଆହୁରି ଦମଦାର ହେବ। ଆଗାମୀ ‘ରଜ କୁଇନ୍’ ଖୋଜିବା ପାଇଁ ଓଡ଼ିଶାର ବିଭିନ୍ନ ସହରରେ ଗ୍ରାଉଣ୍ଡ ଅଡିସନ୍ ଅନୁଷ୍ଠିତ ହେବ। ଆସନ୍ତା ଫେବୃଆରୀ ୨୮ତାରିଖରେ ଭୁବନେଶ୍ୱର, ମାର୍ଚ୍ଚ ୭ ତାରିଖରେ ଭଦ୍ରକ ଏବଂ ଜଗତସିଂହପୁର, ମାର୍ଚ୍ଚ ୮ ତାରିଖରେ ଯାଜପୁର, ମାର୍ଚ୍ଚ ୧୧ରେ ବାରିପଦା, ମାର୍ଚ୍ଚ ୧୪ ରେ ବ୍ରହ୍ମପୁର, ମାର୍ଚ୍ଚ ୧୫ ରେ କଟକ, ମାର୍ଚ୍ଚ ୧୭ ରେ ସମ୍ବଲପୁର, ମାର୍ଚ୍ଚ ୧୯ ରେ ଜଗତପୁର ( ଅଲ୍ ଓଡ଼ିଶା ଅଡିସନ୍), କଟକରେ ଅନୁଷ୍ଠିତ ହେବ l

ରାଜ୍ୟର କୋଣ ଅନୁକୋଣରେ ଥିବା ପ୍ରତିଭାବାନ ଯୁବତୀମାନଙ୍କୁ (୧୮ ରୁ ୨୫ ବର୍ଷ ମଧ୍ୟରେ) ନିଜର ପ୍ରତିଭା ଦେଖାଇବା ପାଇଁ ଏହି ଅଡିସନ୍ ଏକ ସୁବର୍ଣ୍ଣ ସୁଯୋଗ। ଓଡ଼ିଶାର ସଂସ୍କୃତି ସହିତ ଆଧୁନିକତାର ସମନ୍ୱୟ ରକ୍ଷା କରୁଥିବା ପ୍ରେରଣାଦାୟୀ ବ୍ୟକ୍ତିତ୍ୱଙ୍କୁ ଖୋଜିବା ଏହି ଶୋ’ର ମୁଖ୍ୟ ଲକ୍ଷ୍ୟ। ରଜ ପର୍ବ ପୂର୍ବରୁ ଏହି ଖବର ଯୁବ ପ୍ରତିଭାମାନଙ୍କ ମଧ୍ୟରେ ଏକ ନୂଆ ଉତ୍ସାହ ଭରିଦେଇଛି, ତେଣୁ ବିଳମ୍ବ କରନ୍ତୁ ନାହିଁ, ଅଧିକ ବିବରଣୀ ପାଇଁ ୭୮୯୪୧୨୦୩୫୫ ନମ୍ବରରେ ଯୋଗାଯୋଗ କରନ୍ତୁ କିମ୍ବା ଜୀ ସାର୍ଥକର ସୋସିଆଲ ମିଡିଆ ପେଜ୍ ମାଧ୍ୟମରେ ଅଧିକ ବିବରଣୀ ପାଇପାରିବେ।

Leave A Reply

Your email address will not be published.