ଓଡିଶାର ଆଏଲ୍ଏମ୍ଏସ୍ ତରଫରୁ ପୁସ୍ତକ ଉନ୍ମୋଚିତ: ଯାହା ରାଜ୍ୟ ସରକାରଙ୍କୁ ଆଇନଗତ ମାମଲାର ପୃଷ୍ଟଭୂମୀ ହ୍ରାସ କରିବାରେ ସହାୟକ ହେବ
ଭୁବନେଶ୍ବର (ଆମ ଟିଭି): ଆଏଲ୍ଏମ୍ଏସ୍ (ଆଇନଗତ ମାମଲାଗୁଡିକର ଡିଜିଟାଲ ମନିଟରିଂ ପାଇଁଥିବା ଏକ ବ୍ୟବସ୍ଥା) ସହାୟତାରେ ଓଡିଶାର ଇଲେକ୍ଟ୍ରେନିକ୍ସ ଏବଂ ସୂଚନା ପ୍ରଯ୍ୟୁକ୍ତି ବିଭାଗ ଆଜି ଇଣ୍ଟିଗ୍ରେଟେଡ ମନିଟରିଂ ସିଷ୍ଟମ (ଆଇଏଲଏମଏସ) ଉପରେ ଏକ ପୁସ୍ତକ ଉନ୍ମୋଚନ କରିଛି । ଏହି ପୁସ୍ତକରେ ଦୃଢ ଓ ନିରବହୀନ ସମାଧାନର କାର୍ଯ୍ୟକାରିତାକୁ ବର୍ଣ୍ଣନା କରାଯାଇଛି । ଯାହା କି ରାଜ୍ୟ ସରକାରଙ୍କୁ ଆଇନଗତ ମାମଲାର ପୃଷ୍ଟଭୂମୀ ହ୍ରାସ କରିବାରେ ସହାୟକ ହେବା ସହ ଉନ୍ନତ ତଦାରଖ ତଥା ବର୍ଦ୍ଧିତ ଶାସନ, ସ୍ୱଚ୍ଛ ଓ ଦକ୍ଷ ମାମଲା ପରିଚାଳନା ଏବଂ ନ୍ୟାୟ ପ୍ରଦାନର ଏକ ନୂତନ ଯୁଗକୁ ସୂଚିତ ହୋଇଛି ।
ଏହି ପୁସ୍ତକଟିକୁ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯ୍ୟୁକ୍ତି ବିଭାଗର ମନ୍ତ୍ରୀ ତୁଷାରକାନ୍ତି ବେହେରା ଉନ୍ମୋଚନ କରିଛନ୍ତି । ଏହି ଉନ୍ମୋଚନ ଉତ୍ସବରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ବିଭାଗର ସଚିବ ମନୋଜ ମିଶ୍ର ଓ ଓକାକର ବରିଷ୍ଟ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।ଆଇଏଲଏମଏସ ଉପରେ ପର୍ଯ୍ୟବେଶିତ ହୋଇଥିବା ଏହି ପୁସ୍ତକରେ ଆଇନଗତ ଯାତ୍ରାର ବ୍ୟବସ୍ଥା, ଦୃଶ୍ରମାନ ସୁବିଧା ଉପରେ ବର୍ଣ୍ଣନା ଏବଂ ଭବିଷ୍ୟତ ପାଇଁ ଏକ କାର୍ଯ୍ୟପନ୍ଥା ଉପରେ ସ୍ପଷ୍ଟଭାବେ ଚିତ୍ରଣ କରାଯାଇଛି । ଆଇଏଲଏମଏସ ଓଡିଶା ସରକାରଙ୍କ ୫ଟି ଶାସନ ପ୍ରତିକୃତି ସହିତ ସଂଯୋଗ କରାଯାଇଛି । ଯାହାଦ୍ୱାରା ଓଡିଶା ସରକାରଙ୍କ ଆଇନଗତ ମାମଲାର ଭାର ଅପେକ୍ଷାକୃତ ହ୍ରାସ ପାଇବ । ଡିଜିଟାଲ ସମାଧାନ ଯୋଗୁଁ ଆଇନଗତ ମାମଲାଗୁଡିକର ପରିଚାଳନା କରିବା ଏବଂ ଅନ୍ୟାନ୍ୟ ବୈଶିଷ୍ଠ୍ୟ ଯେପରି କି, ଶୁଣାଣି ତାରିଖ, କାଉଣ୍ଟର ପ୍ରତିକ୍ରିୟା ଦାଖଲ, କୋର୍ଟର ନିର୍ଦ୍ଦେଶ ଏବଂ ପ୍ରତିକ୍ରିୟା ଅନୁପାଳନର ସମୟସୀମା ଜାଣିବା ସହଜ ହେବ ବୋଲି ମନ୍ତ୍ରୀ କହିଛନ୍ତି ।