ଜୀ ସାର୍ଥକରେ ଓଡ଼ିଶାର ନମ୍ବର ୧ ରିୟାଲିଟି ଶୋ ‘ରଜ କୁଇନ୍ ୨୦୨୫’ ଗ୍ରାଣ୍ଡ ଫିନାଲେ ଆସନ୍ତା ଅଗଷ୍ଟ ୩ ତାରିଖ ରବିବାର ସନ୍ଧ୍ୟା ୬:୩୦ ରୁ

0

ଭୁବନେଶ୍ଵର (ଆମ ଟିଭି): ଓଡିଶାର ୧ ନମ୍ବର ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦ ଓ ଓଡିଆ ପର୍ବସମୂହକୁ ଗୁରୁତ୍ବ ଦେଇ ଆସୁଛି । ସେହିପରି ରଜ ପର୍ବ ଉପଲକ୍ଷେ ଜୀ ସାର୍ଥକରେ ପ୍ରସାରିତ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ରିୟାଲିଟି ଶୋ ‘ରଜ କୁଇନ୍ ୨୦୨୫’, ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ଜିତି ପାଇଛି ଅଗଣିତ ଦର୍ଶକଙ୍କ ଅଶେଷ ଭଲପାଇବା । ବିଗତ ୧୩ ବର୍ଷ ଧରି ଏହି ୧ ନମ୍ବର ରିୟାଲିଟି ଶୋ ଜୀ ସାର୍ଥକରେ ପ୍ରସାରିତ ହୋଇଆସୁଛି ।

ଅଭିନେତ୍ରୀ ହେବାର ସ୍ବପ୍ନ ଦେଖିଥିବା ଝିଅଙ୍କ ପାଇଁ ଓଡିଶାର ୧ ନମ୍ବର ରିଆଲିଟି ଶୋ ‘ରଜ କୁଇନ୍’ ଓଡିଆ ମନୋରଞ୍ଜନ ଜଗତକୁ ଅନେକ ବଛା ବଛା ଅଭିନେତ୍ରୀ ବିଗତ ଦିନରେ ଦେଇ ସାରିଛି। ପ୍ରତିବର୍ଷ ପରି ଅନେକ ଆଶାୟୀ ପ୍ରାର୍ଥୀ ଏହି ଶୋ ରେ ଭାଗ ନେଇଥିଲେ। ଓଡିଆ ଦର୍ଶକଙ୍କ ଭଲପାଇବା ସାଉଁଟୁଥିବା ଏହି ରିୟାଲିଟି ଶୋ ଏବେ ପହଞ୍ଚିଛି ତାର ଶେଷ ପର୍ଯ୍ୟାୟରେ ଅର୍ଥାତ ଗ୍ରାଣ୍ଡ ଫିନାଲେରେ । ପ୍ରତିଯୋଗୀମାନେ ବିଭିନ୍ନ ପର୍ଯ୍ୟାୟରେ ନିଜର କଳା ପ୍ରଦର୍ଶନ କରିଥିଲେ ଓ ଶେଷ ପର୍ଯ୍ୟାୟରେ ଅର୍ଥାତ ଗ୍ରାଣ୍ଡ ଫିନାଲେରେ ପହଞ୍ଚିଥିଲେ । ମେଣ୍ଟର ଭାବରେ ଓଲିଉଡ଼ ଇଣ୍ଡଷ୍ଟ୍ରିର ପ୍ରତିଷ୍ଠିତ ହିରୋଇନ ଦିବ୍ୟା, ସୁର୍ଯ୍ୟମୟୀ, ଅନୀଷା ଓ ଅନୁଭା ବାଛିଥିଲେ ନିଜର ଟିମ୍ । ନୂଆ ନୂଆ ମଜାଦାର ଓ ଆକର୍ଷଣୀୟ ଖେଳ ସହିତ ଏହି ପ୍ରତିଯୋଗିତା ପୁରା ଦମଦାର ହୋଇଥିଲା । ଚଳିତ ବର୍ଷ ଜଜ୍ ଭାବରେ ନଜର ଆସିଥିଲେ ଆମ ସମସ୍ତଙ୍କ ପ୍ରିୟ ଲିପି ମହାପାତ୍ର, ଶ୍ରୀତମ ଦାସ ଏବଂ ଦେବାଶିଷ ପାତ୍ର ।

ଏହି ଗ୍ରାଣ୍ଡ ଫିନାଲେରେ ଓଲିଉଡ଼ର ନାମୀ ଦାମୀ କଳାକାର ମାନେ ମଧ୍ୟ ଯୋଗ ଦେଇଥିଲେ ଯେଉଁ ମାନଙ୍କ ମଧ୍ୟରେ ଅଛନ୍ତି ଶୈଳେନ୍ଦ୍ର, ସ୍ୱରାଜ, ଭୂମିକା ,ଶିବାନୀଙ୍କ ସହ ଲୋକପ୍ରିୟ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ ଓ ସତ୍ୟଜିତ ପ୍ରଧାନ।
ତେବେ କିଏ ହେବ ଚଳିତ ସିଜନର ରଜ କୁଇନ୍ ? ଜାଣିବାକୁ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ରିୟାଲିଟି ଶୋ ‘ରଜ କୁଇନ୍ ୨୦୨୫’ର ଗ୍ରାଣ୍ଡ ଫିନାଲେ ଏଇ ରବିବାର ସନ୍ଧ୍ୟା ୬:୩୦ରେ ଦେଖିବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ଶ୍ରୀ ପ୍ରତୀକ ସିଲ।

Leave A Reply

Your email address will not be published.