ଏଣିକି ନବ ବିବାହିତଙ୍କୁ ସରକାରୀ ଗିଫ୍ଟ ! ପ୍ୟାକେଟରେ ରହୁବ କଣ୍ଡୋମ, ପ୍ରେଗ୍ନେନ୍ସି ଟେଷ୍ଟିଂ କିଟ୍
ଭୁବନେଶ୍ବର(ଆମ ଟିଭି): ଏଣିକି ନବ ବିବାହିତଙ୍କୁ ମିଶିବ ସରକାରୀ ଗିଫ୍ଟ। ଏନେଇ ଆଜି ଘୋଣା କରାଯାଇଛି । ନବ ଦମ୍ପତିଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରିବାର ନିୟୋଜନ ପାଇଁ ଦିଆଯିବ ସ୍ୱତନ୍ତ୍ର ଉପହାର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ମିଳିବ ‘ନବ ଦମ୍ପତି ଗିଫ୍ଟ’ ।
ଏହି ସ୍ୱତନ୍ତ୍ର ପ୍ୟାକେଟ୍ରେ କଣ୍ଡୋମ୍, ଓରାଲ୍ କଣ୍ଟ୍ରାସେପଟିକ୍ ପିଲ୍, ପ୍ରେଗନେନ୍ସି ଟେଷ୍ଟିଂ କିଟ୍ ସହ ପରିବାର ନିୟୋଜନ ସମ୍ପର୍କରେ ସୂଚନା ଥିବା ପୁସ୍ତକ ବି ରହିବ । ଏହାସହ ବିବାହ ପଞ୍ଜୀକରଣ ଫର୍ମ, ଟାୱାଲ୍, ଆଇନା, ପାନିଆ ଭଳି ଜିନିଷ ବି ରହିବ । ଆସନ୍ତା ସେପ୍ଟେମ୍ବରରୁ ଏହି ଯୋଜନା ଆରମ୍ଭ ହେବ । ନ୍ୟାସନାଲ୍ ରୁରାଲ୍ ହେଲଥ୍ ମିଶନ୍-NRHM ଜରିଆରେ ଏହାକୁ ନବ ଦମ୍ପତିଙ୍କ ପାଖକୁ ପଠାଯିବ ।