ଆଜିଠୁ ଆରମ୍ଭ ଓଜେଇଇ ଆବେଦନ, ପଞ୍ଜୀକରଣ ଲିଙ୍କ୍ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ସକ୍ରିୟ ରହିବ

0

ଆଜିଠୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) ପାଇଁ ପଞ୍ଜୀକରଣ ଆରମ୍ଭ । OJEE -୨୦୨୬ ପାଇଁ ପଞ୍ଜୀକରଣ ଲିଙ୍କ୍ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ସକ୍ରିୟ ରହିବ । ମେ ୪ରୁ ୯ ଯାଏ ପରୀକ୍ଷା ହେବ । ଏସବୁ ପରୀକ୍ଷା କମ୍ପ୍ୟୁଟର ବେସ୍ଡ୍ ଟେଷ୍ଟ (ସିବିଟି) ମୋଡ୍ରେ ପରୀକ୍ଷା ହେବ । ଆବେଦନକାରୀମାନେ ଓଜେଇଇର ଆପରେ ସମସ୍ତ ସୂଚନା ପାଇପାରିବେ । ଏନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀମାନେ ମାର୍ଚ୍ଚ ୨୨ ତାରିଖ ପର୍ଯ୍ୟନ୍ତ ojee.nic.in ମାଧ୍ୟମରେ ଆବେଦନ କରିପାରିବେ।

ଅଧିକାରୀମାନେ କହିଛନ୍ତି ଯେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) କମିଟି ବୁଧବାର, ଜାନୁଆରୀ ୨୮ ତାରିଖରୁ OJEE ୨୦୨୬ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। କମିଟି ସ୍ପଷ୍ଟ କରିଛି ଯେ ତାରିଖଗୁଡ଼ିକ ଅସ୍ଥାୟୀ ଏବଂ ଚୂଡ଼ାନ୍ତ ପରୀକ୍ଷା ସମୟସାରଣୀ ଖୁବ୍ ଶୀଘ୍ର ସରକାରୀ ୱେବସାଇଟରେ ପ୍ରକାଶିତ ହେବ।

Leave A Reply

Your email address will not be published.