ଆଜିଠୁ ଆରମ୍ଭ ହେଉଛି OJEE ପରୀକ୍ଷା

0

ଭୁବନେଶ୍ୱର(ଆମ ଟିଭି): ଆଜିଠାରୁ ଆରମ୍ଭ ହେଉଛି ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) । ଏମବିଏ , ଏମଟେକ୍, ଏମପ୍ଲାନ୍, ଲାଟେରାଲ ଏମ୍ଏମବିଏ, ଲାଟେରାଲ ଏଣ୍ଟ୍ରି ବିଏସସି ଭଳି ୧୧ଟି ପାଠ୍ୟକ୍ରମରେ ନାମଲେଖା ପାଇଁ ହେବ ପରୀକ୍ଷା । ଆସନ୍ତା ୧୫ ତାରିଖ ପର୍ୟ୍ୟନ୍ତ ଚାଲିବ ଓଜେଇଇ ପରୀକ୍ଷା ।

ଓଜେଇଇ ପାଇଁ ରାଜ୍ୟର ପ୍ରତି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରାଯାଇଛି । ଏହାସହ ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ବିହାରରେ ମଧ୍ୟ ୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ମୋଟ ୩୩ଟି ସହରରେ ୪୭ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ୮, ୯, ୧୧ ଓ ୧୨ତାରିଖରେ ୩ଟି ସିପ୍ଟରେ ଓ ୧୫ ତାରିଖରେ ୨ଟି ସିଫ୍ଟରେ ଏହି ପରୀକ୍ଷା କରାଯିବ । ପ୍ରଥମ ସିଫ୍ଟ ପୂର୍ବାହ୍ନ ୯ଟାରୁ ୧୧ଟା , ଦ୍ୱିତୀୟ ସିଫ୍ଟ ସାଢେ ୧୨ଟାରୁ ଅପରାହ୍ନ ୨ଟା ୩୦ ଏବଂ ତୃତୀୟ ସିଫ୍ଟ ସାଢେ ୪ଟାରୁ ସାଢେ ୬ଟା ପର୍ୟ୍ୟନ୍ତ ଚାଲିବ । ମୋଟ ୫୫ ହଜାର ୯୭୯ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ନାମ ପଞ୍ଜିକରଣ କରିଛନ୍ତି ।

Leave A Reply

Your email address will not be published.