ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ

0

ଭୁବନେଶ୍ୱର: ସବୁ ଅପେକ୍ଷାର ଅନ୍ତଃ ଘଟିଛି । ଉକ୍ରଣ୍ଠାର ହେଲା ଅବସାନ । ପ୍ରକାଶ ପାଇଛି ଓଜେଇଇ ପରୀକ୍ଷା ଫଳ । ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଓ ବୈଷୟିକ ଶିକ୍ଷା ସଚିବ ଉଷା ପାଢୀଙ୍କ ଉପସ୍ଥିତିରେ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ଘୋଷଣା କରାଯାଇଛି ।

ଛାତ୍ରଛାତ୍ରୀ ୱେବସାଇଟ୍‌ରୁ ନିଜ ରେଜଲ୍ଟ ପାଇପାରିବେ । www.ojee.nic.inରେ ରେଜଲ୍ଟ ଜାଣିପାରିବେ । ୪୮, ୭୮୩ ଜଣ ରାଙ୍କ ପାଇଥିବା ଜଣାଯାଇଛି ।

ଚଳିତ ବର୍ଷ ମେ ୮ରୁ ୧୨ତାରିଖ ପର୍ୟ୍ୟନ୍ତ ଓଜେଇଇ ଅନୁଷ୍ଠିତ ହୋଇଥିଲା । ୫୫ହଜାର ୯୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଏଥିପାଇଁ ରାଜ୍ୟରେ ୪୪ଟି କେନ୍ଦ୍ର ସହ ରାଜ୍ୟ ବାହାରେ ୩ଟି କେନ୍ଦ୍ର କରାଯାଇଥିଲା । ରାଜ୍ୟରେ ଥିବା ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନରେ ପଢ଼ିବା ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଦେଇଥାନ୍ତି ଛାତ୍ରଛାତ୍ରୀ । ଚଳିତବର୍ଷ ସମ୍ପୂର୍ଣ୍ଣ କମ୍ପ୍ୟୁଟର ବେସ୍‌ଡ ମୋଡ୍‌ରେ ପରୀକ୍ଷା ହୋଇଥିଲା ।

Leave A Reply

Your email address will not be published.