ପ୍ରକାଶ ପାଇଲା ଓଜେଇଇ ଫଳ; ଏମ୍ବିଏରେ ଶ୍ରଦ୍ଧାରବିନ୍ଦ,ଏମ୍ସିଏରେ ଈଶାନ୍ତ ଟପ୍ପର
ଭୁବନେଶ୍ୱର(ଆମ ଟିଭି): ଆଜି ବାହାରିଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ରେଜଲ୍ଟ। ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ରେଜଲ୍ଟ ପ୍ରକାଶ ପାଇଛି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ପରୀକ୍ଷା ଫଳ ଘୋଷଣା କରିଛନ୍ତି। www.ojee.nic.in ୱେବସାଇଟରେ ଛାତ୍ରଛାତ୍ରୀମାନେ ପରୀକ୍ଷାଫଳ ଦେଖିପାରିବେ। ୪୭ ହଜାର ୭୬୧ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ଦେଇଥିଲା ବେଳେ ୪୭ ହଜାର ୭୨୯ ପରୀକ୍ଷାର୍ଥୀଙ୍କୁ ପ୍ରଦର୍ଶନ ଅନୁଯାୟୀ ରାଙ୍କ ମିଳିଛି।
ଶ୍ରଦ୍ଧାରବିନ୍ଦ ସାମନ୍ତରାୟ ଏମ୍ବିଏରେ ଟପ୍ପର ହୋଇଥିବା ବେଳେ ଏମ୍ସିଏରେ ଈଶାନ୍ତ କୁମାର ନାୟକ ଓ ବି.ଫାର୍ମରେ ଅରୂପ ପଣ୍ଡା ଟପ୍ପର ହୋଇଛନ୍ତି। ସେହିପରି ଏମ୍. ଫାର୍ମରେ ସଚିନ ନାୟକ, ଏମ୍.ଆର୍କରେ ସୃଷ୍ଟି ନଙ୍ଗାଲିଆ ଟପ୍ପର ହୋଇଛନ୍ତି। ଏମ୍ଟେକ୍ ସିଭିଲ ଇଞ୍ଜିନିୟରିଂରେ ସଂଜୀବ ପ୍ରଧାନ ଟପ୍ପର ହୋଇଥିବା ବେଳେ ଏମ୍ଟେକ୍ ଇଲେକ୍ଟ୍ରିକାଲରେ ମିଥୁନ ଅଧିକାରୀ ଓ ମେକାନିକାଲରେ ରାଜନ ମହାପାତ୍ର ଟପ୍ପର ହୋଇଛନ୍ତି।ଓଜେଇଇ ସେଲର ଚ୍ୟାୟାରମେନ୍ ସୁଦୀପ କୁମାର ଚାନ୍ଦ କହିଛନ୍ତି, ଅଗଷ୍ଟ୧୦ତାରିଖରେ କାଉସିଲିଂ ପ୍ରୋସେସ ଆରମ୍ଭ ହେବ। ଭୁବନେଶ୍ୱର ସ୍ଥିତ ଗଣ୍ଡମୁଣ୍ଡା ସେଲ୍ରେ ଏହି କାଉସିଲିଂ ହେବ।