ସେପ୍ଟେମ୍ବର ୨ରେ କଞ୍ଚାଲଙ୍କାରେ ‘ଓଖା ଏକ୍ସପ୍ରେସ୍’
ଭୁବନେଶ୍ବରଶ(ଆମ ତିଭି): ଓଡିଶାର ପ୍ରିମିୟମ ଓଟିଟି ପ୍ଲାଟଫର୍ମ ‘କଞ୍ଚାଲଙ୍କା’ ରେ ଷ୍ଟ୍ରିମିଂ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ୱେବ୍ ସିରିଜ୍ ‘ଓଖା ଏକ୍ସପ୍ରେସ୍’। ଆସନ୍ତା ସେପ୍ଟେମ୍ବର ୨ ତାରିଖରୁ ଏହି ବ୍ୟୟ ବହୁଳ ୱେବ୍ ସିରିଜ୍କୁ ଆପଣ ବିଶ୍ଵର ଯେକୌଣସି ସ୍ଥାନରେ ଥିଲେ ମଧ୍ୟ୍ଯ ଦେଖିପାରିବେ! ”ଓଖା ଏକ୍ସପ୍ରେସ୍” : ଏହି ଶୀର୍ଷକ ହିଁ କହିଦେଉଛି କାହାଣୀଟି ଗଞ୍ଜାମ ଓ ସୁରତ୍ ସହର ଉପରେ ଆଧାରିତ ! ଓଡିଶାର ଗଞ୍ଜାମ୍ ଜିଲ୍ଲାରୁ ପ୍ରାୟ ଲକ୍ଷ ଲକ୍ଷ ଶ୍ରମିକ ଦାଦନ ଖଟିବାକୁ ଏହି ଓଖା ଏକ୍ସପ୍ରେସ୍ ରେ ସୁରତ୍ ଯାନ୍ତି! ଯେଉଁଠି,ଶ୍ରମିକମାନେ ସେଠିକାର ଗୁଣ୍ଡା,ମିଲ ମାଲିକ ଓ ଠିକାଦାର ମାନଙ୍କର ଅତ୍ୟାଚାର ଅନ୍ୟାୟ ଓ ନିଷ୍ଠୁର ନିର୍ଯାତନାର ଶିକାର ହଉଛନ୍ତି ଆଉ ମାଲିକ ମାନଙ୍କ ପାଖରେ ଗୋଲାମ ଭଳି ଚଳି ଆସୁଛନ୍ତି ! ଠିକ୍ ସେହିଭଳି ଜଣେ ଶ୍ରମିକ ଅଜୟ ଯାଇ ପହଞ୍ଚିଛି ସୁରତ୍ରେ ସେଠାକାର ସ୍ଥିତି ଦେଖିବା ପରେ ତା’ ମନରେ ବିଦ୍ରୋହ ଜାଗ୍ରତ ହୁଏ ଏବଂ ସେ ଶପଥ ନିଏ କି ଏହିଭଳି ଅସୁବିଧାର ସମ୍ମୁଖୀନ ହଉଥିବା ଲକ୍ଷଲକ୍ଷ ପ୍ରଭାସୀ ଶ୍ରମିକ ମାନଙ୍କ ପାଇଁ କିଛି ଗୋଟେ କରିବ! ଠିକ୍ ଏହି ସମୟରେ ଦେଖାହୁଏ
ସମାନ ମାନସିକତା ଥିବା ଆଉ ଜଣେ ପ୍ରବାସୀ ଶ୍ରମିକ ନରେଶ , ଯିଏ ଅପରାଧ ଜଗତରେ ପାଦ ରଖିସାରିଥିଲା ! ଏ ଦୁହିଁଙ୍କୁ ଏକାଠି କରେ ଚିଣ୍ଟୁ ଯେକି ଜଣେ ଉତ୍ସାହୀ ତଥା ଉଦୀୟମାନ ଯୁବକ! ଅଜୟ ନରେଶ ଓ ଚିଣ୍ଟୁ ଏକାଠି ହୋଇ ସୁରତ ର ଶକ୍ତିଶାଳୀ ଗୁଣ୍ଡା ପୀତାମ୍ବର ର ଜାଗା ନବାବୁ ଯୋଜନା କରନ୍ତି ! ଶ୍ରୀକାନ୍ତ ଗୌତମଙ୍କ ଲିଖିତ ଓ ନିର୍ଦ୍ଦେଶିତସନ୍ ମ୍ୟୁଜିକ୍ ଦ୍ଵାରା ପ୍ରଯୋଜିତ ଏହି ସିରିଜ୍ ଓଖା ଏକ୍ସପ୍ରେସ୍ ଏଥିରେ ସୁଜିତ ଦେବ୍ ରାକେଶ ମାନସୀ ପାଲ ବାବୁ ପ୍ରଧାନ ବିରାଜ ଦାସ ଗୀତଗୋବିନ୍ଦ ଏବଂ ଆହୁରି ଅନେକ କଳାକାର ଅଭିନୟ କରିଛନ୍ତି
ଏହି ୱେବସିରିଜ୍ କୁ ନେଇ “କଞ୍ଚାଲଙ୍କା” ର ସହ ପ୍ରତିଷ୍ଠାତା ଏବଂ ଚେୟାରମ୍ୟାନ୍ ଶ୍ରୀଯୁକ୍ତ ଅକ୍ଷୟ କୁମାର ପରିଜା କୁହନ୍ତି : ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ମାନଙ୍କ ଉପରେ ଆଧାରିତ ଏହି ୱେବସିରିଜ୍ ଟି ଓଡ଼ିଆ ଦର୍ଶକ ମାନଙ୍କ ପାଇଁ କିଛି ନୁତନତ୍ୱ ଆଣିବ ବୋଲି ମୋର ଆଶା ଓ ଭରଷା ! ସେ ଆଉ ମଧ୍ୟ କହିଛନ୍ତି : “କଞ୍ଚାଲଙ୍କା” ଦର୍ଶକ ମାନଙ୍କୁ ଦେଇଥିବା ପ୍ରତିଶୃତି, ଯଥା ଓଡିଶାର ମୂଳ କାହାଣୀ କୁ ନେଇ ଆମେ ଭେଟିଦେବୁ ଆମ ଦର୍ଶକ ମାନଙ୍କ ପାଖରେ, ! ଆଗକୁ ଅଛି ଆହୁରି ଅନେକ କାହାଣୀ ଆମ ମାଟିର, ଆମେ ନେଇ ଆସିବୁ ଖୁବ୍ ଶୀଘ୍ର !