ସ୍ବାଧୀନତା ଦିବସରେ OLA ଲଞ୍ଚ କଲା ତାର ପ୍ରଥମ ଇଲେକ୍ଟ୍ରିକ କାର୍

0

ନୂଆଦିଲ୍ଲୀ (ଆମ ଟିଭି): ସ୍ଵାଧୀନତା ଦିବସ ଅବସରରେ ଓଲା ଏକ ବଡ଼ ଘୋଷଣା କରିଛି।  ଓଲା ନିଜର ପ୍ରଥମ ଇଲେକ୍ଟ୍ରିକ୍ କାର୍ ର ଏକ ଝଲକ ଦୁନିଆକୁ ଦେଖାଇଛି । ଏହା ସହ କମ୍ପାନୀ ନୂଆ ସ୍କୁଟର ଓଲା ଏସ-୧ ମଧ୍ୟ ଲଞ୍ଚ କରିଛି । କମ୍ପାନୀ ସିଇଓ ଭାବେଶ ଅଗ୍ରୱାଲ କହିଛନ୍ତି ଯେ ଓଲା ଏସ-୧ ର ପ୍ରାରମ୍ଭିକ ଦାମ୍ ୯୯,୯୯୯ ଟଙ୍କା ରହିବ ।

ଭାବେଶ ଅଗ୍ରୱାଲ ଓଲାର ପ୍ରଥମ ଇଲେକ୍ଟ୍ରିକ୍ କାରର ଝଲକ ଦେଖାଇଛନ୍ତି । ସେ କହିଛନ୍ତି ଯେ ଏହା ଓଲାର ପ୍ରଥମ ଇଲେକ୍ଟ୍ରିକ୍ କାର୍ ଯାହା ୨୦୨୪ ରେ ଆସିବ ଏବଂ ଲେଟେଷ୍ଟ ଟେକ୍ନୋଲୋଜି ଦ୍ୱାରା ଖଚିତ । ଓଲାର ଇଲେକ୍ଟ୍ରିକ୍ କାର୍ ର ରେଞ୍ଜ ୫୦୦ କିଲୋମିଟର ହେବ । ଯାହା ୦-୧୦୦ ଚାରି ସେକେଣ୍ଡ ମଧ୍ୟରେ ଛୁଇଁପାରିବ ।

Leave A Reply

Your email address will not be published.