ବରମୁଣ୍ଡା ବସ ଟର୍ମିନାଲକୁ ଯିବ ପୁରୁଣା ବସ୍ ଷ୍ଟାଣ୍ଡ ଦୋକାନ, ଲଟେରୀ ଜରିଆରେ ଦୋକାନୀ ପାଇବେ ଦୋକାନ
୧୦ ଦିନ ଭିତରେ ୧୨୦ ଦୋକାନ ଲଟେରୀ ମାଧ୍ୟମରେ ଆବଣ୍ଟନ ହେବ । ଦୋକାନୀଙ୍କ ମଧ୍ୟରେ ଟିକେ ଅନ୍ତରର୍ଦ୍ୱନ୍ଦ ଥିଲା । ଯାହା ଏବେ ଦୂର ହୋଇଛି । ଲଟେରୀ ଜରିଆରେ ଦୋକାନ ଗୃହ ପାଇବେ ଦୋକାନୀ । ପୁରୁଣା ବସ୍ ଷ୍ଟାଣ୍ଡରେ ଦୋକାନ ଦେଇଥିବା ଦୋକାନୀଙ୍କୁ ଦିଆଯିବ ଦୋକାନ । ସିଲେକ୍ସନ୍ ବି ସରିଛି । ବସ୍ ଟର୍ମିନାଲ ରେ ପାଖାପାଖି ଲକ୍ଷେ ବର୍ଗ ମିଟର କମର୍ସିଆଲ ସ୍ପେସ ଅଛି । ଆରମ୍ଭରୁ ଡର୍ମିଟରି ଯୋଜନା ଥିବା ବେଳେ ଏଯାଏ ଆରମ୍ଭ ହୋଇନାହିଁ । ଡର୍ମିଟରି ଆରମ୍ଭ ହେବ ।
ଏହାର ନିର୍ମାଣ ପାଇଁ ପାଇଁ ପ୍ରତି ବର୍ଗ ମିଟରକୁ ୫୨ ଟଙ୍କା ହିସାବରେ ଗୋଟିଏ ଏଜେନ୍ସୀକୁ ଦିଆଯାଇଛି । ସେ ସେଠାରେ ଡେଭଲପ କାମ କରିବେ । ଖୁବ୍ ଶୀଘ୍ର ସେହି ଏଯେନ୍ସୀକୁ ୱାର୍କ ଅଡର ଦିଆଯିବ । କିଛି ଷ୍ଟ୍ରକଚର୍ ଚେଞ୍ଜ ହେବ । ଭଙ୍ଗାରୁଜା ହୋଇଥିବା ଡୋର କିମ୍ବା ଅନ୍ୟାନ୍ୟ ଷ୍ଟ୍ରକଚର ପାଇଁ ଯେଉଁ ଏଯେନ୍ସୀ ବୁଝିଛନ୍ତି ସେମାନେ ଦାୟୀ ରହିବେ । କିଛି ଅସୁବିଧା ରହିବ ନାହିଁ । ଯେଉଁ ସୁବିଧା ସୁଯୋଗ ଯୋଗାଇବା ଲକ୍ଷ୍ୟ ନେଇ ବସ୍ ଟର୍ମିନାଲ ଆରମ୍ଭ ହୋଇଥିଲା ସବୁ ସୁବିଧା ସୁଯୋଗ ଲାଗୁ ହେବାକୁ କହିଛନ୍ତି ବିଡ଼ିଏ ଭାଇସ ଚେୟାରମ୍ୟାନ ।