ଅଲିମ୍ପିକ୍ସରେ ଇତିହାସ ରଚିଲେ ବ୍ୟାଡମିଣ୍ଟନ ଖେଳାଳୀ ଲକ୍ଷ୍ୟ ସେନ୍; ସିଙ୍ଗିଲ୍ସ ପ୍ରତିଯୋଗୀତାରେ ଚୀନକୁ ହରାଇ ପ୍ରଥମ ଭାରତୀୟ ଭାବେ ସେମିରେ ପହଞ୍ଚିଲେ

0

ନୂଆଦିଲ୍ଲୀ (ଆମ ଟିଭି);  ଅଲିମ୍ପିକ୍ସର ସପ୍ତମ ଦିନରେ ଭାରତ ପାଇଁ ଆସିଛି ଖୁସି ଖବର। ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ବ୍ୟାଡମିଣ୍ଟର ଖେଳାଳୀ ଲକ୍ଷ୍ୟ ସେନ। ଚୀନକୁ ହରାଇ ପ୍ରଥମ ଭାରତୀୟ ଭାବେ ବ୍ୟାଡମିଣ୍ଟନ ସିଙ୍ଗିଲ୍ସରେ ସେମିରେ ପ୍ରବେଶ କରିଛନ୍ତି ଲକ୍ଷ୍ୟ। ଚୀନର ଚାଇନିଜ ତାଇପେ’ର ଚୌ ଡିଏନଙ୍କୁ ୩-୦ରେ ହରାଇଛନ୍ତି ଲକ୍ଷ୍ୟ।

ସେପଟେ ଆଉ ଏକ ପଦକ ଆଶା ବଢ଼ାଇଛନ୍ତି ମନୁ ଭାକର। ଭାରତୀୟ ସୁଟର ମନୁ ମହିଳା ୨୫ ମିଟର ପିସ୍ତଲ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। କ୍ୱାଲିଫିକେସନରେ ମୋଟ ୫୯୦ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ମନୁ। ମନୁ ପ୍ରିସିଜନ ରାଉଣ୍ଡରେ ୨୯୪ ଏବଂ ରାପିଡରେ ୨୯୬ ଫଏଣ୍ଟ ହାସଲ କରିଛନ୍ତି। ସେହିପରି ଇଭେଣ୍ଟରେ ଭାରତର ଅନ୍ୟତମ ସୁଟର ଈଶା ସିଂ ୧୮ତମ ସ୍ଥାନରେ ରହି ନିରାଶ କରିଛନ୍ତି। ଭାରତୀୟ ସମୟ ଅନୁସାରେ, ଅପରାହ୍ନ ଗୋଟାଏରେ ଫାଇନାଲ୍ ମୁକାବିଲା ଖେଳାଯିବ। ପୂର୍ବରୁ ମନୁ ୧୦ ମିଟର ଏୟାର ପିସ୍ତଲ ଏବଂ ଏୟାର ପିସ୍ତଲ ମିକ୍ସଡ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିସାରିଛନ୍ତି।

Leave A Reply

Your email address will not be published.