କାର୍ତ୍ତିକ ପୂର୍ଣ୍ଣିମାରେ ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

0

ପୁରୀ (ଆମ ଟିଭି): ଆଜି ପବିତ୍ର କାର୍ତ୍ତିକ ମାସ ପୂର୍ଣ୍ଣିମା । ପଞ୍ଚୁକର ଶେଷ ଦିନ । ଶ୍ରୀମନ୍ଦିରରେ ଏହାକୁ ନେଇ ସ୍ୱତନ୍ତ୍ର ନୀତିକାନ୍ତି ମଧ୍ୟ ହୋଇଛି । ଶ୍ରୀମନ୍ଦିର ରତ୍ନ ସିଂହାସନରେ କାଳିଆ ଠାକୁର । ରାଜରାଜେଶ୍ୱରୀ ବା ସୁନାବେଶରେ ସଜ୍ଜିତ ହୋଇ ଦର୍ଶନ ଦେଉଛନ୍ତି ଚର୍ତୁଦ୍ଧାମୂରତି । ମହଣ ମହଣ ସୁନା ଅଳଙ୍କାରରେ ଆଚ୍ଛାଦିତ ହୋଇଛନ୍ତି ମହାପ୍ରଭୁ । ବିଳମ୍ବିତ ରାତିରେ ଶ୍ରୀମନ୍ଦିର ଦ୍ୱାର ଫିଟିବା ପରେ ମଙ୍ଗଳ ଆଳତୀ, ମଇଲମ, ତଡପଲାଗି ଓ ଅବକାଶ ନୀତି ବଢ଼ିବା ପରେ ସିଂହାରୀ ସେବାୟତ ମହାପ୍ରଭୁଙ୍କୁ ସୁନାବେଶରେ ସଜ୍ଜିତ କରିଥିଲେ ।

ଭଣ୍ଡାର ମେକାପ ରତ୍ନଭଣ୍ଡାରରୁ ଅଳଙ୍କାର ଗୁଡ଼ିକ ବାହାର କରିବା ପରେ ସିଂହାରି ସେବାୟତ ସେଗୁଡ଼ିକୁ ମହାପ୍ରଭୁଙ୍କୁ ଲାଗି କରିଥିଲେ । କାର୍ତ୍ତିକ ମାସ ପୂର୍ଣ୍ଣିମାରେ ପାରମ୍ପରିକ ରୀତିମତେ ଶ୍ରୀମନ୍ଦିରର ରତ୍ନସିଂହାସନ ଉପରେ ବିରାଜିତ ତିିନି ଠାକୁରଙ୍କ ରାଜରାଜେଶ୍ୱରୀ ବେଶ ଅନୁଷ୍ଠିତ ହୋଇଥାଏ । ଶ୍ରୀଜିଉମାନଙ୍କର ଅବକାଶ ନୀତି ଶେଷ ହେବା ପରେ ପୁଷ୍ପାଳକ ସେବକମାନେ ବିଭିନ୍ନ ରତ୍ନ ଅଳଙ୍କାର ଓ ପାଟବସ୍ତ୍ରରେ ଶ୍ରୀଜିଉମାନଙ୍କୁ ସୁନାବେଶରେ ସଜାଇଥାନ୍ତି ।

Leave A Reply

Your email address will not be published.