ମେ ୧୫ ରେ ଜୀ ସାର୍ଥକର ନୂଆ ଓଡିଆ ଚଳଚ୍ଚିତ୍ର “ଡିଟେକ୍ଟିଭ୍ କରନ୍- ଅର୍ଜୁନ “
ଭୁବନେଶ୍ୱର : ଜୀ ସାର୍ଥକ ଫିଲ୍ମସ ବ୍ୟାନରରେ ନିର୍ମାଣ ହୋଇଥିବା ନୂଆ ସିନେମା ” ଡିଟେକ୍ଟିଭ୍ କରନ୍ – ଅର୍ଜୁନ” ମେ ୧୫ ରବିବାର ସନ୍ଧ୍ୟା୬.୩୦ମିନିଟ୍ ରେ ଓ୍ଵାର୍ଲଡ ଟେଲିଭିଜନ ପ୍ରିମିୟମ ହେବ ବୋଲି ଜୀ ସାର୍ଥକ ପକ୍ଷରୁ କୁହାଯାଇଛି । ଏହି ଚଳଚ୍ଚିତ୍ରରେ ନୂଆ ଅବତାରରେ ଦେଖିବାକୁ ମିଳିବେ ଓଡିଆ ସିନେ ଇଣ୍ଡଷ୍ଟ୍ରିର କମେଡି କିଙ୍ଗ ପପୁ ପମପମ ଓ ତାଙ୍କ ସହ ଯୋଡିଦାର ରହିବେ ପ୍ରଜ୍ଞା ଖଟୁଆ । ଉଭୟ କରନ୍- ଅର୍ଜୁନ୍ ଭୂମିକାରେ ଅଭିନୟ କରିଛନ୍ତି । ସେହିପରି ଅଭିନେତ୍ରୀ ଭାବେ ପ୍ରିୟଙ୍କା ମହାପାତ୍ର, ପ୍ରିୟଙ୍କା ମହାନ୍ତି,ଓ ଲିପ୍ସା ମିଶ୍ରଙ୍କୁ ଏଥିରେ ଦର୍ଶକ ନାୟିକା ଭାବେ ଦେଖିବାକୁ ପାଇବେ । ଅନ୍ୟମାନଙ୍କ ମଧ୍ୟରେ ଟୁକୁନା ଷ୍ଟାଇଲିସ୍, ପ୍ରଜ୍ଞା ମହାନ୍ତି, ଜୀବନ ପଣ୍ଡା, କୁନା ତ୍ରିପାଠୀ, ହାଡୁ, ଅରବିନ୍ଦ ଷଢ଼ଙ୍ଗୀ, ରାଜୀବ, କାଳୀ, ମନୋଜ, ସୁଶା ଦିଗବିଜୟ, ସୁମିତ ଓ ସଂଗ୍ରାମ ପ୍ରମୁଖ ଅଭିନୟ କରିଛନ୍ତି । ପପୁ ପମପମ ନିଜେ କାହାଣୀ ଲେଖିଥିବା ବେଳେ ଅଶ୍ୱିନୀ ଗଡନାୟକ ସିନେମାରେ ନିର୍ଦ୍ଦେଶନା ଦେଇଛନ୍ତି । ଏହାର ସଂଳାପ ଲେଖିଛନ୍ତି ଟୁକୁନା ଷ୍ଟାଇଲିସ୍ । ସିନେମାର ଗୀତ ରଚନା କରିଛନ୍ତି ନିର୍ମଳ ନାୟକ । ସେହିପରି ଅଭିଜିତ ମଜୁମଦାର ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ସିନେମାର ପୋଷ୍ଟ ପ୍ରଡକ୍ସନ ଶେଷ ହୋଇ ଯାଇଛି । ଚଳଚ୍ଚିତ୍ର ର ଅଡିଓ ରିଲିଜ୍ ପରେ ଦର୍ଶକମାନଙ୍କ ଦ୍ଵାରା ଗୀତ ଗୁଡ଼ିକ ବେଶ୍ ଲୋକାଦୃତ ହୋଇସାରିଛି। ଏହି ଚଳଚ୍ଚିତ୍ରଟି ଦର୍ଶକମାନଙ୍କ ଦ୍ଵାରା ଆଦୃତ ହେବ ବୋଲି ଜୀ ସାର୍ଥକ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି।