ଭୁବନେଶ୍ୱର (ଆମ ଟିଭି): ମେଂଟକୁ ନେଇ ସସପେନ୍ସ ବଢ଼ିବାରେ ଲାଗିଛି । ଗତ ସପ୍ତାହେ ଧରି ପଲି ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ମେଂଟକୁ ନେଇ ଜୋର ଧରିଥିଲା ଚର୍ଚ୍ଚା । ଦିଲ୍ଲୀରେ ଉଭୟ ଦଳର ନେତା ବସି ବୈଠକ କଲେ । କିନ୍ତୁ ମେଂଟ ଚର୍ଚ୍ଚାକୁ ସିଧାସଳଖ ଏଡ଼ାଇ ଯାଉଛନ୍ତି ବିଜେପିର ରାଜ୍ୟ ସଭାପତି ଓ ପ୍ରଭାରୀ । ଯାହାକୁ ନେଇ ବଡ଼ ଧରଣର ଦ୍ୱନ୍ଦ୍ୱ ଦେଖିବାକୁ ମିଳିଛି ରାଜ୍ୟ ରାଜନୀତିରେ ।
ବିଜେଡି-ବିଜେପି ମଧ୍ୟରେ ମେଂଟ ହେବ ନା ହେବନି । ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି, ସିଟ୍ ଭାଗବଂଟାକୁ ନେଇ କଥା ଅଟକିଛି । ବିଜେପି ଅଧିକ ବିଧାନସଭା ସିଟ୍ ଚାହୁଁଥିବା ବେଳେ ବିଜେଡି ୧୦୦ରୁ ଅଧିକ ଆସନ ଚାହୁଁଛି । କିନ୍ତୁ ଲୋକସଭା ସିଟ୍ ଭାଗବଂଟାକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ । ମେଂଟର ପୂରା ନିଷ୍ପତି ନେବେ ମୋଦୀ ଆଉ ନବୀନ । କୁହାଯାଉଛି ୧୧ ତାରିଖ କିମ୍ବା ୧୨ ତାରିଖରେ ମେଂଟର ପୂରା ଚିତ୍ର ସ୍ପଷ୍ଟ ହୋଇଯିବ ।