ଆସନ୍ତା ୯ରେ ଜୀ-ସାର୍ଥକରେ ସନ୍ଧ୍ୟା ୬:୩୦ରେ ‘ପାରିକରିବେ ଭୋଳାଶଙ୍କର ୨’

0

ଭୁବନେଶ୍ୱର (ଆମ ଟିଭି): ଜୀ-ସାର୍ଥକ ବ୍ୟାନରରେ ଆସୁଛି ‘ପାରିକରିବେ ଭୋଳାଶଙ୍କର ୨’ । ‘ପାରିକରିବେ ଭୋଳାଶଙ୍କର’ ର ଅପୂର୍ବ ସଫଳତା ପରେ ଭିନ୍ନ ଏକ କାହାଣୀକୁ ନେଇ ଏହି ଫିଲ୍ମ । ଡାକ୍ତର ପ୍ରଭାକର ସଞ୍ଜିବନୀ ତିଆରି କରିଛନ୍ତି ଏମିତି ଏକ ଫର୍ମୁଲା ଯାହା ଯେକୌଣସି ବିଷକୁ କାଟି ପାରିବ କିନ୍ତୁ ସେହି ଫର୍ମୁଲା ମନ୍ଦ ଉଦ୍ଵେଷ ରଖିଥିବା ଡାକ୍ତର ରୟଙ୍କ ପାଖରୁ ବଞ୍ଚାଇବାକୁ ଯାଇ ହଜାଇ ଦେଇଛନ୍ତି ନିଜ ପୁଅକୁ ଓ ଭୋଳାଶଙ୍କରଙ୍କ ଅଶୀର୍ବାଦରୁ କାଳକ୍ରମେ ପୁଅ ବଡ ହେଇଛି, ନାଁ ଅଛି ଶଙ୍କର ଓ ତା ପାଖରେ ଅଛି ଚମତ୍କାର ଶକ୍ତି । ଏହି ଶକ୍ତି ସେ କେବଳ ଲୋକଙ୍କ ଭଲ ପାଇଁ ବ୍ୟବହାର କରିଛି । ହେଲେ ତାର ଚମତ୍କାର ଶକ୍ତି କଥା ଡାକ୍ତର ରୟଙ୍କ କାନରେ ପଡିଛି ଓ ସେ ଅନୁସନ୍ଧାନ କରି ଜାଣିଛନ୍ତି ଶଙ୍କର କିଏ ଓ ଡାକ୍ତର ପ୍ରଭାକର ସଞ୍ଜିବନୀ ତିଆରି କରିଥିବା ଫର୍ମୁଲା କୋଉଠି ଅଛି ଓ ୨୫ ବର୍ଷ ତଳୁ ଫର୍ମୁଲା ଖୋଜିବାକୁ ସେ ଲାଗିପଡିଛନ୍ତି ।

ହେଲେ ଫର୍ମୁଲା କୋଉଠି ଅଛି, ଡାକ୍ତର ରୟ କେମିତି ଜାଣୁଛନ୍ତି ଡାକ୍ତର ପ୍ରଭାକର କଥା, ଡାକ୍ତର ପ୍ରଭାକର କ’ଣ ନିଜ ପୁଅକୁ ଫେରିପାଉଛନ୍ତି, ଡାକ୍ତର ପ୍ରଭାକର ଓ ଶଙ୍କର କ’ଣ ଫର୍ମୁଲା ବଞ୍ଚାଇପାରୁଛନ୍ତି । ଏମିତି କିଛି ନିଆରା କାହାଣୀକୁ ନେଇ ଏପ୍ରିଲ୍ ୯ରେ ସନ୍ଧ୍ୟା ୬:୩୦ରେ ଜୀସାର୍ଥକ ରେ ପ୍ରସାରିତ ହେବ ‘ପାରିକରିବେ ଭୋଳାଶଙ୍କର ୨’ ।

ପ୍ରିୟବ୍ରତଙ୍କ କାହାଣୀ ‘ପାରିକରିବେ ଭୋଳାଶଙ୍କର ୨’ ରେ ଜଣାଶୁଣା ଲୋକପ୍ରିୟ ଅଭିନେତ୍ରୀ ଲିପିକା ସେନାପତି ଅପର୍ଣା ଚରିତ୍ରରେ ଅଭିନୟ କରୁଥିବାବେଳେ କାହାଣୀର ନାୟକ ଭୂମିକାରେ ଆସୁଛନ୍ତି ଅଭିନେତା ରାକେଶ ଦେଓ ଓ ଅନ୍ୟମାନଙ୍କ ଭିତରେ ଅଛନ୍ତି ଲୋକପ୍ରିୟ କଳାକାର ପ୍ରଦ୍ୟୁମ୍ନ ଲେଙ୍କା ଓ ସୋମୁ । ମୃତ୍ୟୁଞ୍ଜୟ ସାହୁ ଓ ସୁନିଲ କୁମାର ପଟ୍ଟନାୟକଙ୍କ ପ୍ରଯୋଜନାରେ ଏହି ଫିଲ୍ମ ର ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ(ବାପି) । ଫିଲ୍ମ ର ମନଛୁଆଁ ଗୀତ ଗୁଡିକୁ ଗାଇଛନ୍ତି ଅନ୍ତରା ଚକ୍ରବର୍ତ୍ତୀ, ସ୍ଵୟମ ପାଢୀ, ସତ୍ୟଜିତ ଓ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି ବହୁ ସୁପରହିଟ୍ ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ପ୍ରଶାନ୍ତ ପାଢୀ ।

ଫିଲ୍ମ ର କାହାଣୀଟି ଯେତିକି ଉତ୍ସାହରେ ଭରି ରହିଛି, ସେତିକି ଉତ୍କଣ୍ଠାପୂର୍ଣ୍ଣ ମଧ୍ୟ ରହିଛି । ତେବେ ଦର୍ଶକଙ୍କୁ ଆଶା ଓ ବିଶ୍ବାସର ଏହି ଏହି କାହାଣୀ ଛୁଇଁବ ନିଶ୍ଚୟ ବୋଲି ଆଶା ପ୍ରକାଶ କରିଛନ୍ତି ଜୀସାର୍ଥକ ଚ୍ୟାନେଲର ଚିଫ୍ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍ ।

Leave A Reply

Your email address will not be published.