ଦ୍ୱିତୀୟ ଦିନରେ ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳୀ ବେହେରା

0

ଭୁବନେଶ୍ୱର (ଆମ ଟିଭି): ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲାର ଦିନ ଯେତିକି ଗଡ଼ୁଛି, ସେତେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହାରି ଭିତରେ ଆଜି ପୁଣି ଇଡିରେ ହାଜରେ ହେଲେ ଶ୍ରଦ୍ଧାଞ୍ଜଳି ବେହେରା । ଦ୍ୱିତୀୟ ଥର ପାଇଁ ତାଙ୍କୁ ଜେରା କରିବ ପ୍ରବର୍ତନ ନିର୍ଦ୍ଦେଶାଳୟ । ବୁଧବାର ଦିନ ପାଖାପାଖି ୧୪ ଦିନ ଧରି ଶ୍ରଦ୍ଧାଞ୍ଜଳିଙ୍କୁ ଇଡି ମାରାଥନ ଜେରା କରିଥିଲା । ଜେରା ବେଳେ ସେ ଇଡିକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିବା ସୂଚନା ମିଳିଛି ।

ଆଜିର ଜେରାରେ ସେ ଆଉ କିଛି ତଥ୍ୟ ଇଡିକୁ ଦେଇପାରନ୍ତି । ବୁଧବାର ଦିନ ପ୍ରଯୋଜକ ଅକ୍ଷୟ ପରିଜା ମଧ୍ୟ ଇଡିରେ ହାଜର ହୋଇଥିଲେ । ଅକ୍ଷୟ ପରିଜାଙ୍କୁ ୧୨ ଘଣ୍ଟା ଜେରା କରାଯାଇଥିଲା । ଉଭୟଙ୍କୁ ଇଡି ଅଧିକାରୀ ଗୁଡାଇତୁଡାଇ ପ୍ରଶ୍ନ କରିଥିଲେ । ଅକ୍ଷୟ-ଶ୍ରଦ୍ଧାଞ୍ଜଳିଙ୍କୁ ଗୋଟିଏ ଟେବୁଲରେ ଜେରା କରାଯାଇଥିଲା । ଜେରା ବେଳେ ଶ୍ରଦ୍ଧାଞ୍ଜଳି କାନ୍ଦିଥିବା ଜଣାପଡ଼ିଥିଲା ।

Leave A Reply

Your email address will not be published.