ଦିନିକିଆ ବିଶ୍ୱକପ୍: ୧୫ଜଣିଆ ଟିମ୍ ଘୋଷଣା କଲା ଅଷ୍ଟ୍ରେଲିଆ

0

ଭୁବନେଶ୍ୱର (ଆମ ଟିଭି): ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍ । ଏହାରି ଭିତରେ ଦିନିକିଆ ବିଶ୍ୱକପ ପାଇଁ ୧୫ ଜଣିଆ ଟିମ୍ ଘୋଷଣା କରିଛି ଅଷ୍ଟ୍ରେଲିଆ । ଭାରତରେ ହେବାକୁ ଥିବା ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଦଳର ମଙ୍ଗ ଧରିବେ ପାଟ କମିନ୍ସ । ତେବେ ବିଶ୍ୱକପ ପାଇଁ ଏହା ଅଷ୍ଟ୍ରେଲିଆର ଚୂଡାନ୍ତ ଦଳ ନୁହେଁ । ଚଳିତ ମାସ ଶେଷ ସୁଦ୍ଧା ଚୂଡାନ୍ତ ବିଶ୍ୱକପ ଦଳ ଘୋଷଣା କରିବ ଅଷ୍ଟ୍ରେଲିଆ ।

ତେବେ ଅଷ୍ଟ୍ରେଲିଆ ପକ୍ଷରୁ ଏବେ ଘୋଷିତ ହୋଇଥିବା ଦଳରେ ଷ୍ଟିଭ ସ୍ମିଥ, ମିସେଲ ଷ୍ଟାର୍କ, ଗ୍ଲେନ ମ୍ୟାକ୍ସୱେଲ, ଡେଭିଡ ୱାର୍ଣ୍ଣର, ମିଚେଲ ମାର୍ସ, କାମରେନ ଗ୍ରୀନ୍, ଆଲେକ୍ସ କ୍ୟାରୀ, ଆଷ୍ଟନ ଅଗର, ସିନ୍ ଆବୋଟ, ଜୋଶ ହାଜେଲଉଡ, ଟ୍ରାଭିସ ହେଡ୍, ଜୋଶ ଇଂଗ୍ଲିସ, ମାର୍କସ ଷ୍ଟୋଇନିସ, ଆଡାମ ଜାମ୍ପାଙ୍କୁ ଦଳରେ ସ୍ଥାନ ମିଳିଛି । ଗ୍ଲେନ ମ୍ୟାକ୍ସୱେଲ ଆହତ ହୋଇଥିଲେ ମଧ୍ୟ ଘୋଷିତ ଦଳରେ ସ୍ଥାନ ମିଳିଛି । କାରଣ ବିଶ୍ୱକପକୁ ଆଉ ମାସେରୁ ଅଧିକ ସମୟ ବାକି ଅଛି । ଏହି ସମୟ ମଧ୍ୟରେ ମ୍ୟାକ୍ସୱେଲ ଫିଟ୍ ହୋଇସାରିଥିବେ ।

ଅନ୍ୟପଟେ ଅଷ୍ଟ୍ରେଲିଆ ପାଇଁ ଦମଦାର ପ୍ରଦର୍ଶନ କରିଥିବା ଭାରତୀୟ ବଂଶୋଦ୍ଭବ ତନବୀର ସଂଘାଙ୍କୁ ଘୋଷିତ ଦଳରେ ସ୍ଥାନ ମିଳିନାହିଁ । ଚୂଡାନ୍ତ ଦଳର ଘୋଷଣା ପାଇଁ ଆଇସିସି ସେପ୍ଟେମ୍ବର ୨୮କୁ ଡେଡଲାଇନ ରଖିଛି ।

 

Leave A Reply

Your email address will not be published.