ଦିନିକିଆ ବିଶ୍ୱକପ୍: ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଖେଳିବେନି ହାର୍ଦ୍ଦିକ ପାଣ୍ଡ୍ୟା

0

ନୂଆଦିଲ୍ଲୀ (ଆମ ଟିଭି): ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ପୁଣି ଏକ ଝଟକା । ଦିନିକିଆ ବିଶ୍ୱକପ୍ ମହାସମର ଜାରି ରହିଛି । ଏହାରି ଭିତରେ ଆସନ୍ତା ଅକ୍ଟୋବର ୨୯ ତାରିଖରେ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚ ପାଇଁ ଲକ୍ଷେ୍ମøରେ ପହଂଚିଛି ଟିମ ଇଣ୍ଡିଆ । ଅଧିନାୟକ ରୋହିତ ଶର୍ମାଙ୍କ ସହ ଟିମର ଖେଳାଳିମାନେ ଲକ୍ଷେ୍ମøରେ ପହଂଚିଛନ୍ତି । ଭାରତ ଲଗାତାର ୫ ମ୍ୟାଚ ଜିତିସାରିଥିବା ବେଳେ ଆଗାମୀ ମ୍ୟାଚ ଇଂଲଣ୍ଡ ସହ ଖେଳିବ । କିନ୍ତୁ ମ୍ୟାଚ ପୂର୍ବରୁ ଭାରତରୁ ବଡ଼ ଝଟକା ଲାଗିଛି । ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଖେଳିବେ ନାହିଁ ବୋଲି ସୂଚନା ମିଳିଛି ।

ଆଣ୍ଠରୁ ଆଘାତ ଯୋଗୁ ହାର୍ଦିକ ଆହୁରି କିଛି ମ୍ୟାଚ ଖେଳିବେ ନାହିଁ ବୋଲି କୁହାଯାଉଛି । କିନ୍ତୁ ସେମିଫାଇନାଲ ବେଳକୁ ସେ ସୁସ୍ଥ ହୋଇଯିବା ଆଶା କରାଯାଉଛି । ତେବେ ପାଣ୍ଡ୍ୟାଙ୍କ ବଦଳରେ କାହାକୁ ଟିମରେ ସାମିଲ କରାଯିବ ତାକୁ ନେଇ ଚିନ୍ତାରେ ପଡିଯାଇଛି ଟିମ ଇଣ୍ଡିଆ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ହାର୍ଦିକଙ୍କ ବଦଳରେ ଟିମରେ ଦୁଇଟି ପରିବର୍ତନ କରାଯାଇଥିଲା । ମହମ୍ମଦ ସାମିଙ୍କୁ ବୋଲର ଭାବେ ସାମିଲ କରାଯାଇଥିବା ବେଳେ ବ୍ୟାଟର ଭାବେ ସୂର୍ୟ୍ୟକୁମାର ଯାଦବଙ୍କୁ ସାମିଲ କରାଯାଇଥିଲା ।

Leave A Reply

Your email address will not be published.