ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ବହିଷ୍କୃତ

0

ନୂଆଦିଲ୍ଲୀ(ଆମ ଟିଭି): ଚୀନରୁ ଏକ ବଡ଼ ଖବର ଆସି ପହଞ୍ଚୁଛି । ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଲି ସାଙ୍ଗଫୁଙ୍କୁ ବହିଷ୍କୃତ କରାଯାଇଛି। ବହିସ୍କାର କଲା ଜିନପିଙ୍ଗ ପ୍ରଶାସନ। ପ୍ରତିରକ୍ଷା ମନ୍ତ୍ରୀ ଏବଂ ଷ୍ଟେଟ୍ କାଉନସିଲର ପଦବୀରୁ ତାଙ୍କୁ ବହିଷ୍କୃତ କରାଯାଇଛି। ତେବେ ବହିଷ୍କାରର କାରଣ କୁହାଯାଇ ନାହିଁ। ଗତ ଜୁଲାଇ ମାସରେ ବୈଦେଶିକ ମନ୍ତ୍ରୀ ପଦରୁ ବହିଷ୍କୃତ ହୋଇଥିବା କିନ୍ ଗାଙ୍ଗଙ୍କୁ କାଉନସିଲର ପଦବୀରୁ ମଧ୍ୟ ହଟା ଯାଇଛି।

ଚୀନ ନେସନାଲ ପିପୁଲ୍ସ କଂଗ୍ରେସର ଷ୍ଟାଣ୍ଡିଂ କମିଟି ଉଭୟଙ୍କ ବହିଷ୍କାରକୁ ମଞ୍ଜୁରୀ ପ୍ରଦାନ କରିଛି। ୬୫ ବର୍ଷୀୟ ଲି ସାଙ୍ଗଫୁ ଦୀର୍ଘ ୨ ମାସ ହେବ ସର୍ବସାଧାରଣରେ ଦେଖାଯାଉ ନାହାନ୍ତି । ତାଙ୍କ ବିରୋଧରେ ଥିବା ଏକ ଦୁର୍ନୀତି ଅଭିଯୋଗ ମାମଲାର ତଦନ୍ତ ଆରମ୍ଭ ହେବା ପରେ ସେ ଅନ୍ତର୍ଦ୍ଧାନ ହୋଇଯାଇଥିବା କୁହାଯାଉଛି।

Leave A Reply

Your email address will not be published.