ଗରିବ ଲୋକଙ୍କୁ ପଞ୍ଚାୟତିରାଜ ବିଭାଗର ନୂଆବର୍ଷ ଭେଟି ।ଜାନୁଆରିରେ ୧୦ ଲକ୍ଷ ହିତାଧିକାରୀଙ୍କୁ ମିଳିବ ପକ୍କା ଘର। ଏନେଇସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ପକ୍କା ଘର ପାଇବା ପାଇଁ ୩୭ ଲକ୍ଷ ଲୋକ ଆବେଦନ ଦାଖଲ କରିଛନ୍ତି। ବର୍ତ୍ତମାନ ସୁଦ୍ଧା, ୩୪ ଲକ୍ଷ ହିତାଧିକାରୀଙ୍କୁ ସଂକ୍ଷିପ୍ତ ତାଲିକାଭୁକ୍ତ କରାଯାଇଛି ଏବଂ ତାଲିକା କେନ୍ଦ୍ର ସରକାରଙ୍କୁ ପଠାଯାଇଛି।
ସୂଚନା ଯୋଗ୍ୟ; ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଘର। କେହି ଯେମିତି ପକ୍କା ଘରରୁ ବାଦ ପଡିବେ ନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ସମସ୍ତଙ୍କ ମୁଣ୍ଡକୁ ପକ୍କା ଘର ସୁନିଶ୍ଚିତ କରୁଛି ବିଜେପି ସରକାର । ମୋହନ ସରକାର ଆସିବା ପରେ ରାଜ୍ୟର ପ୍ରାୟ ୧୩ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ ।