ପ୍ରେମ ପାଇଁ ପୁରୀରେ ଗୁଳିମାଡ଼, ଜଣେ ମୃତ
ପୁରୀ(ଆମ ଟିଭି): ପ୍ରେମ ପାଇଁ ପୁରୀରେ ଗୁଳିମାଡ଼। ଦୁର୍ବୃତଙ୍କ ଗୁଳିରେ ଟଳିପଡ଼ିଲେ ସେବାୟତ। ପୁରୀ ଏମାର ମଠ ନିକଟରେ ଘଟିଛି ଅଭାବନୀୟ ଘଟଣା। ଗୁଳିମାଡ଼ରେ ସେବାୟତଙ୍କର ମୃତ୍ୟୁ ହୋଇଛି। ମୃତ ସେବାୟତ ଜଣକ ହେଉଛନ୍ତି ତଳୁଛ ସାହିର ଶିବରାମ ପାତ୍ର। ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ଅପରି ଘଟଣା ଘଟିଥିବା କୁହାଯାଉଛି। ଖବର ପାଇ ଘଟଣାସ୍ଥଳରେ ସିଂହଦ୍ଵାର, ଟାଉନ୍ ଥାନା ପୋଲିସ ସହ ଏସପି କନୱର ବିଶାଳ ସିଂ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଶିବରାମ ବାଇକ ଯୋଗେ ଘରୁ ଆସୁଥିବା ସମୟରେ ଦୁର୍ବୁତ୍ତମାନେ ଏମାର ମଠ ନିକଟରେ ତାଙ୍କ ମୁଣ୍ଡ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ହିଁ ଶିବାରାମ ଟଳି ପଡ଼ିଥିଲେ।ସେଠାରେ ତାଙ୍କର ବାଇକ ଓ ମୋବାଇଲ ବ୍ଲୁ ଟୁଥ୍ ପଡିଛି । ତେବେ ପ୍ରାଥମିକ ତଦନ୍ତରୁ ଏହା ପ୍ରେମଜନିତ ବୋଲି ପୋଲିସ ଅନୁମାନ କରୁଛି। ଗୁଳି ମାଡ କରିଥିବା ଅଭିଯୁକ୍ତ ଚନ୍ଦନ ବାରିକକୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଚଳାଇଛି।