ଜୁଲାଇ ୨୦ରୁ ଯୁକ୍ତ ଦୁଇ ପାଇଁ ଅନଲାଇନ୍ ଆବେଦନ

0

ଭୁବନେଶ୍ୱର(ଆମ ଟିଭି): ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୨୦ ତାରିଖରୁ ଯୁକ୍ତ ୨ରେ ନାମ ଲେଖାଇବା ପାଇଁ ଆବେଦନ କରିପାରିବେ। ଜୁଲାଇ ୨୦ରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଏଥିପାଇଁ ଆବେଦନ କରିପାରିବେ। ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି।

ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ସିବିଏସ୍‌ଇ/ଆଇସିଏସ୍‌ଇ ରେଜଲ୍ଟ ବାହାରି ନାହିଁ। ଆମେ ଆଶା କରୁଛୁ ଜୁଲାଇ ୨୦ ତାରିଖ ପୂର୍ବରୁ ରେଜଲ୍ଟ ବାହାରିଯିବ। ଯଦି ପିଲାମାନେ ଚାହିଁବେ ସେମାନେ ଆବେଦନ କରିପାରିବେ। ଯଦି ସିବିଏସ୍‌ଇ/ଆଇସିଏସ୍‌ଇ ରେଜଲ୍ଟ ପ୍ରକାଶ ପାଇବାରେ ବିଳମ୍ବ ହୁଏ, ନାମଲେଖା ପାଇଁ ଆବେଦନ ଅବଧି ବଢ଼ିପାରେ।

Leave A Reply

Your email address will not be published.