ଲୋକସଭା ବାଚସ୍ପତିଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ ଆଣିବେ ବିରୋଧୀ ?

0

ନୂଆଦିଲ୍ଲୀ : କଂଗ୍ରେସ ନେତୃତ୍ବରେ ବିରୋଧୀ ଦଳଗୁଡ଼ିକ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ମସୁଧା କରୁଥିବା ଜଣାପଡ଼ିଛି। ଆସନ୍ତା ସୋମବାର ଏହି ପ୍ରସ୍ତାବ ଅଣାଯାଇପାରେ। ତେବେ ଏଥିପାଇଁ କଂଗ୍ରେସକୁ ୫୦ ଜଣ ଲୋକସଭା ଏମ୍‌ପିଙ୍କ ସମର୍ଥନ ଦରକାର। ଏଥିପାଇଁ କଂଗ୍ରେସ ସମର୍ଥନ ଯୋଗାଡ଼ରେ ଲାଗିଥିବା ଜଣାପଡ଼ିଛି।

ମାନହାନି ମାମଲାରେ କୋର୍ଟ ରାୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଦୋଷୀ ସାବ୍ୟସ୍ତ ହେବାପରେ ତାଙ୍କୁ ଅତ୍ୟନ୍ତ ତରବରିଆ ଭାବେ ‌ସଂସଦ ସଦସ୍ୟତାରୁ ଅଯୋଗ୍ୟ କରାଯାଇଛି ବୋଲି ବିରୋଧୀ ଦଳମାନେ ଅଭିଯୋଗ କରିବା ସହ ଏଥିପାଇଁ ବାଚସ୍ପତିଙ୍କୁ ଦାୟୀ କରିଛନ୍ତି। ବାଚସ୍ପତି ଏ କ୍ଷେତ୍ରରେ ପକ୍ଷପାତପୂର୍ଣ୍ଣ ନୀତି ଧରିଥିବାରୁ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ଅନ୍ୟ ବିରୋଧୀ ଦଳମାନଙ୍କ ସହିତ ଆଲୋଚନା ଜାରି ରଖିଛି।

Leave A Reply

Your email address will not be published.