‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପୂର୍ବରୁ ଓଡ଼ିଶାବାସୀଙ୍କ ମନୋବଳ ବଢ଼ାଇଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

0

ଭୟ ନକରି ସତର୍କ ରୁହନ୍ତୁ ।  ଆମେ ଏକାଠି ବାତ୍ୟାର ମୁକାବିଲା କରିବା । ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପୂର୍ବରୁ ଓଡ଼ିଶାବାସୀଙ୍କ ମନୋବଳ ବଢ଼ାଇଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ  । ବାତ୍ୟା ‘ମୋନ୍ଥା’ର ପ୍ରଭାବରେ ଏବେ ଓଡ଼ିଶାରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି । ଆଜି ସନ୍ଧ୍ୟାରେ ବାତ୍ୟାର ଲ୍ୟାଣ୍ଡଫଲ୍ ଥିବା ବେ‌ଳେ ଏନେଇ ଓଡ଼ିଶା ସରକାର ସତର୍କ ରହିଛନ୍ତି  ।  ଅଧିକ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ବ୍ୟବସ୍ଥା କରାଯାଉଛି। ଏମଧ୍ୟରେ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି  ।

ଭୟ କରନ୍ତୁ ନାହିଁ: ନବୀନ ପଟ୍ଟନାୟକ

ଭିଡିଓରେ ସେ କହିଛନ୍ତି ଯେ, ପ୍ରିୟ ଭାଇ ଓ ଭଉଣୀମାନେ  ସମସ୍ତଙ୍କୁ ନମସ୍କାର  ।   ଆପଣ ଜାଣନ୍ତି ବାତ୍ୟା ‘ମୋନ୍ଥା’ ଆସୁଛି ।  ଆଗରୁ ଆମେ ଅନେକ ବାତ୍ୟାର ସଫଳ ମୁକାବିଲା କରିଛେ। ତେଣୁ ଭୟ କରନ୍ତୁ ନାହିଁ। ସତର୍କ ରୁହନ୍ତୁ। ପ୍ରଶାସନକୁ ପୁରା ସହଯୋଗ କରନ୍ତୁ  ।   ଆମର ଦଳର ଭାଇ ଭଉଣୀମାନଙ୍କୁ ମୋର ଅନୁରୋଧ  ଯେ , ସେମାନେ ଏ ବିପଦ ସମୟରେ ଲୋକଙ୍କ ସହ ରୁହନ୍ତୁ। ଲୋକଙ୍କୁ ସହାୟତା ଯୋଗାଇ ଦିଅନ୍ତୁ  ।  ଆମେ ସବୁବେଳେ ସମସ୍ତେ ଏକାଠି ମିଶି ବିଭିନ୍ନ  ବିପର୍ଯ୍ୟୟର  ମୁକାବିଲା କରି ଆସୁଛେ। ଏଥର ମଧ୍ୟ ଏକାଠି ହୋଇ  ବାତ୍ୟାର ମୁକାବିଲା କରିବା । ଧନ୍ୟବାଦ । ବନ୍ଦେ ଉତ୍କଳ ଜନନୀ  ।

Leave A Reply

Your email address will not be published.