ଭୁବନେଶ୍ବରରେ ପହଞ୍ଚିଲେ ବିରୋଧୀ ଦଳର ନେତା ରାହୁଳ ଗାନ୍ଧୀ, ବିମାନ ବନ୍ଦରରେ ସ୍ବାଗତ

0

ଭୁବନେଶ୍ବର(ଆମ ଟିଭି): ଆଜି ପୁର୍ବାହ୍ନରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି କଂଗ୍ରେସ ନେତା ତଥା ବିରୋଧୀ ଦଳର ନେତା ରାହୁଳ ଗାନ୍ଧୀ। ତାଙ୍କ ସହିତ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଆସିଛନ୍ତି। ବିମାନ ବନ୍ଦରରେ ତାଙ୍କୁ କଂଗ୍ରେସ ତରଫରୁ ବିପୁଳ ସ୍ବାଗତ ପ୍ରଦାନ କରାଯାଇଥିଲା। ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସ, ଶରତ ପଟ୍ଟନାୟକ, ସୁର ରାଉତରାୟ ପ୍ରମୁଖ ତାଙ୍କୁ ଫୁଲତୋଡା ଦେଇ ସ୍ବାଗତ କରିଥିଲେ।

ବିମାନ ବନ୍ଦରର ବାହାରେ ହଜାରହଜାର କଂଗ୍ରେସ କର୍ମି ତାଙ୍କୁ ସ୍ବାଗତ କରିଥିଲେ। ଆଦିବାସୀ ନୃତ୍ୟ ଓ ସଂଗୀତ ମାଧ୍ୟମରେ ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ ରାହୁଳ, ଖଡଗେ ଏବଂ ଭକ୍ତ ଦାସ ଗୋଟିଏ ଗାଡିରେ ଏକାଠି ଆସି ରୋଡ ସୋରେ ଭାଗ ନେଉଛନ୍ତି। ରାସ୍ତାର ଦୁଇ ପାର୍ଶରେ କଂଗ୍ରେସ କର୍ମିମାନେ ତାଙ୍କୁ ହାତ ହଲାଇ ଅଭିନନ୍ଦନ କରିଛନ୍ତି। ଏହାପରେ ରାହୁଳ ବରମୁଣ୍ଡା ଆଡକୁ ଅଗ୍ରସର ହୋଇଛନ୍ତି।

Leave A Reply

Your email address will not be published.