ମୁଖ୍ୟମନ୍ତ୍ରୀଙ୍କ ବିବୃତିରେ  ପ୍ରତିକ୍ରିୟା ରଖିଲେ ବିରୋଧୀ ଦଳ ନେତା

0

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବିବୃତି ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର। ସେ କହିଛନ୍ତି, ନବୀନ ପଟ୍ଟନାୟକ ହେଉଛନ୍ତି ସବୁଠାରୁ ବଡ଼ ଜନ ବିରୋଧୀ। ମୁଖ୍ୟମନ୍ତ୍ରୀ ଧମକାଇବା ଲାଗି ଚେଷ୍ଟା କରୁଛନ୍ତି। ତାଙ୍କ ଦୟାରେ ଆମେ ବିଧାନସଭାକୁ ଆସିନାହୁଁ। ସେ କେମିତି ବିଧାନସଭାକୁ ଫେରିବେ ଏକଥା ଚିନ୍ତା କରନ୍ତୁ ମୁଖ୍ୟମନ୍ତ୍ରୀ।

ଗତକାଲି ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ଟାର୍ଗେଟ୍ କରି କହିଥିଲେ, ଏହି ଗୃହରେ ମୋର ଅଭିଜ୍ଞତାରୁ ନମ୍ରତାର ସହ ଏତିକି କହିପାରିବି ଯେ ଯେଉଁମାନେ ଲୋକଙ୍କ ପାଇଁ କାମ କରନ୍ତି ସେମାନେ ଏହି ଗୃହକୁ ଫେରନ୍ତି। ଯେଉଁମାନେ ଅପରାଧକୁ ନେଇ ରାଜନୀତି କରନ୍ତି, ରାଜନୈତିକ ବିଚାର ପାଇଁ ବିକାଶରେ ବାଧକ ସାଜନ୍ତି ସେମାନେ ଏହି ପବିତ୍ର ଗୃହକୁ ଫେରନ୍ତି ନାହିଁ। ଲୋକମାନେ ବିରୋଧୀଙ୍କ ଆଚରଣ ଉପରେ ନଜର ରଖିଛନ୍ତି ଏବଂ ସେମାନେ କିପରି ହତା‌ଶ ହୋଇ ବିକାଶମୂଳକ କାର୍ଯ୍ୟରେ ବାଧକ ସାଜିଛନ୍ତି ତାହା ବି ଦେଖୁଛନ୍ତି। ଆମ ସରକାର ଓଡ଼ିଶାକୁ ‘ନୂତନ ଓଡ଼ିଶା, ସଶକ୍ତ ଓଡ଼ିଶା’ରେ ପରିଣତ କରିବାକୁ ଆଗକୁ ବଢ଼ିବ।

Leave A Reply

Your email address will not be published.