ବିରୋଧିଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି ଯଶୋବନ୍ତ ସିହ୍ନା, ଛାଡ଼ିଲେ ଟିଏମସି

0

ନୂଆଦିଲ୍ଲୀ(ଆମ ଟିଭି): ବିରୋଧିଙ୍କ ରାଷ୍ଟ୍ରପତି ଚେହେରା ହୋଇପାରନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଟିଏମସି ନେତା ଯଶୱନ୍ତ ସିହ୍ନା । ଆଜି ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେବା ପରେ ଏନେଇ ଚର୍ଚ୍ଚା ହେଉଛି । ତେବେ ଟିଏମସି ଛାଡ଼ିବା ନେଇ ସିହ୍ନା ନିଜେ ଟ୍ବିଟ୍ କରି ଏ ସୂଚନା ଦେଇଛନ୍ତି । ପ୍ରଥମେ ଏନସିବି ମୁଖ୍ୟ ଶରଦ ପାୱାର, ଫାରୁକ ଅବଦୁଲ୍ଲା ଏବଂ ପରେ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଅମଙ୍ଗ ହେବାପରେ, ଏବେ କିଏ ବିରୋଧି ଦଳର ପ୍ରାର୍ଥୀ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ବିଜେପି ଛାଡି ଟିଏମସିରେ ଯୋଗ ଦେଇଥିବା ଯଶୱନ୍ତ ସିହ୍ନା ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଇଛି ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନେଇ ପ୍ରସ୍ତାବ ଦେଇଥିବା ବେଳେ ୧୯ ଦଳ ଏଥିରେ ସହମତି ପ୍ରକାଶ କରିଛନ୍ତି । ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ନାମ ଘୋଷଣା ହେବା ପରେ ସିହ୍ନା କହିଛନ୍ତି, ଦଳୀୟ ରାଜନୀତିରୁ ଉପରକୁ ଉଠିବାକୁ ପଡିବ । ଟ୍ୱିଟ୍ କରି ଦଳ ଛାଡିବା ନେଇ ସେ ଘୋଷଣା କରିଛନ୍ତି । ରାଷ୍ଟ୍ରପତି ପଦ ପାଇଁ ନାମ ଘୋଷଣାକୁ ନେଇ ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ଲେଖିଛନ୍ତି ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ମୁଁ ବର୍ତ୍ତମାନ ଦଳ ଛାଡିବାକୁ ଚାହୁଁଛି । ମୁଁ ଆଶା କରୁଛି ମମତା ବାନାର୍ଜୀଙ୍କୁ କୌଣସି ସମସ୍ୟା ହେବ ନାହିଁ ।

Leave A Reply

Your email address will not be published.