ଭୁବନେଶ୍ୱର (ଆମ ଟିଭି): ରାଜ୍ୟ ସରକାର ଦଳିତ ବିରୋଧୀ କହି ବର୍ଷିଲା ବିରୋଧୀ ବିଜେପି ଜ୍ଝ ଆଜି ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ସଭାପତି ତଥା ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ କହିଛନ୍ତି ଯେ ରାଜ୍ୟ ସରକାର ଦଳିତ ବିରୋଧୀ। ଦଳିତମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ କେନ୍ଦ୍ର ସରକାର ପର୍ୟ୍ୟାପ୍ତ ଅର୍ଥ ଯୋଗାଇ ଦେଉଥିଲେ ମଧ୍ୟ ଓଡ଼ିଶା ସରକାର ସେମାନଙ୍କ ବିକାଶରେ ବାଧା ସୃଷ୍ଟି କରୁଛନ୍ତି ବୋଲି ସେ ଦାବି କରିଛନ୍ତି । ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ୯ ବର୍ଷର ସଫଳତା ବଖାଣିବା ସହ ଓଡ଼ିଶା ସରକାରଙ୍କ ବିଫଳତାକୁ ବଖାଣିଛନ୍ତି ତରାଇ।
ତେବେ ବିଜେପି କରିଥିବା ଅଭିଯୋଗର ଜବାବରେ ବିଜେଡି ମୁଖପାତ୍ର ଗୌତମ ବୁଦ୍ଧ ଦାସ କହିଛନ୍ତି, ଆମେ ବିଜେପିକୁ ପଚାରିବାକୁ ଚାହୁଁଛୁ ଯେ, ଗତ ୯ ବର୍ଷ ମଧ୍ୟରେ ଓଡ଼ିଶାବାସୀଙ୍କ ପାଇଁ କଣ କରିଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ବିଜେପି କେବଳ ଜନତାଙ୍କ ସହ ବିଶ୍ୱାସଘାତକତା କରୁଛି ।