ବିହାର ଭୋଟର ତାଲିକା ସଂଶୋଧନକୁ ନେଇ ବିରୋଧୀଙ୍କ ହଙ୍ଗାମା, ସୋମବାର ପର୍ଯ୍ୟନ୍ତ ଗୃହର କାର୍ଯ୍ୟ ମୁଲତବୀ

0

ବିହାର (ଆମ ଟିଭି): ବିହାର ଭୋଟର ତାଲିକା ସଂଶୋଧନକୁ ନେଇ ବିରୋଧୀଙ୍କ ହଙ୍ଗାମା ।  ସଂସଦ ପରିସରରେ ଥିବା ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ପ୍ରତିବାଦ ଏବଂ ନାରାବାଜି ।  ସ୍ପେସାଲ ଇଣ୍ଟେନସିଭ ରିଭିଜନ୍ ବା SIR ପ୍ରସଙ୍ଗକୁ ପ୍ରତିବାଦ କରିବା ସହ ସ୍ଲୋଗାନ ଦେଉଛନ୍ତି ଇଣ୍ଡିଆ ବ୍ଲକ ସାଂସଦ । ସଂସଦର ମୌସୁମୀ ଅଧିବେଶନର ପଞ୍ଚମ ଦିନରେ ହଟ୍ଟଗୋଳ ଯୋଗୁଁ ଗୃହର କାର୍ଯ୍ୟ ସୁରୁଖୁରୁରେ ଚାଲିପାରିଲା ନାହିଁ ।  ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହର କାର୍ଯ୍ୟ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି ।

ଏହା ସହ  ‘SIR’ ଲେଖାଥିବା ପୋଷ୍ଟର ଚିରିବା ସହ ଡଷ୍ଟବିନ ପକାଇଥିଲେ ।  ପ୍ରତିବାଦରେ ସାମିଲ ହୋଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ବିରୋଧୀ ସାଂସଦ । ବିହାର ଭୋଟର ତାଲିକା ସଂଶୋଧନ ମାମଲାରେ ଚାଲି ପାରୁନି ସଂସଦ। ଅପରେସନ ସିନ୍ଦୂର ଓ ସ୍ପେସାଲ ଇଣ୍ଟେନସିଭ ରିଭିଜନ୍ ବା SIR ପ୍ରସଙ୍ଗରେ ଗୃହରେ ସ୍ବତନ୍ତ୍ର ଆଲୋଚନା ପାଇଁ ଅଡ଼ି ବସିଛନ୍ତି ବିରୋଧୀ  ।

ପ୍ରତିବାଦ ସମୟରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭାଡ୍ରା ‘ଗଣତନ୍ତ୍ର ବିପଦରେ’ ଲେଖାଥିବା ପୋଷ୍ଟର ହଲାଇ ସରକାରଙ୍କୁ ଟାର୍ଗେଟ କରିଥିଲେ ।   ସଂସଦର ମୌସୁମୀ ଅଧିବେଶନ ୨୧  ଜୁଲାଇରେ ଆରମ୍ଭ ହୋଇଥିଲା, କିନ୍ତୁ ଗତ ୪ ଦିନ ହଙ୍ଗାମା ପାଇଁ ହଜିଯାଇଛି । ବିରୋଧୀ କେବଳ ବିହାର ଭୋଟର ତାଲିକା ପ୍ରସଙ୍ଗରେ ଆଲୋଚନା ଚାହୁଁନାହାଁନ୍ତି, ବରଂ ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଅପରେସନ ସିନ୍ଦୁର ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଉତ୍ତର ମଧ୍ୟ ମାଗୁଛନ୍ତି ।

Leave A Reply

Your email address will not be published.