ମୁକ୍ତିଲାଭ କଲା ଓଡ଼ିଆ ସିନେମା ‘ତିତଲି’
ଭୁବନେଶ୍ୱର( ଆମ ଟିଭି):ମୁକ୍ତିଲାଭ କଲା ଓଡ଼ିଆ ସିନେମା ‘ତିତଲି’,ଭିନ୍ନସ୍ବାଦର ଏକ ପ୍ରେମ କାହାଣୀଆସୁଛି ନୂଆ ଓଡ଼ିଆ ସିନେମା ‘ତିତଲି’ ।
ଭିନ୍ନ ସ୍ବାଦର ପ୍ରେମ କାହାଣୀ ସହ ମୌଳିକ ଓଡ଼ିଆକାହାଣୀ ଏଥିରେ ଦେଖିବାକୁ ମିଳିଛି।ଅଞ୍ଜନେୟ ମିଡିଆ ପ୍ରାଇଭେଟ ଲିମିଟେଡ ପ୍ରଡକ୍ସନଏହା ପଞ୍ଚମ ଅବଦାନ ହୋଇଥିବା ବେଳେସିନେମାର ଗୀତ ଗୁଡିକ ବେଶ ମନଛୁଆଁ ହୋଇଛିପୂର୍ବରୁ ଏହି ପ୍ରଡକ୍ସନ ବ୍ୟାନରରେ ନିର୍ମିତ
ବ୍ୟାଡଗାର୍ଲ, ଧର୍ମ, ଭୈରବ, ଦେବଦାସ ଭଳିସିନେମା ଦର୍ଶକଙ୍କ ମନକୁ ଛୁଇଁଥିବା ବେଳେ’ତିତଲି’ ମଧ୍ୟ ଦମଦାର ହେବ ବୋଲି ପ୍ରଯୋଜନାସଂସ୍ଥା ଆଶା ।
ପ୍ରଭାତ କୁମାର ପ୍ରଧାନ ଓ ଶିଶିର ଚନ୍ଦ୍ର ଦାସଙ୍କପ୍ରଯୋଜିତ ଏହି ସିନେମାରେ ନିର୍ଦ୍ଦେଶନା ଦେଇଛନ୍ତିଏସ କେ ମୁରଲୀଧରନ ଏବଂ ଦେବିଦତ୍ତ ମହାନ୍ତି
‘ତିତଲି’ର କାହାଣୀ ଲେଖିଛନ୍ତି । ଦିବ୍ୟା, ତୁଷାର,ମିହିର ଦାସ, ପ୍ରତିଭା ପଣ୍ଡା, ପ୍ରୀତିରାଜ, ହାଡୁ,ଜୀବନ ପଣ୍ଡା ପ୍ରମୁଖ ଏହି ସିନେମାରେ ନଜରଆସିଛନ୍ତି ।
ପ୍ରେମ୍ ଆନନ୍ଦଙ୍କ ସଂଗୀତ ନିର୍ଦ୍ଦେଶନାରେ
‘ତିତଲି’ରେ ରହିଛି ମୋଟ ୫ଟି ଗୀତ। ଯେଉଁଥରେଦିସ୍ତୀରେଖା, ସବିଶେଷ, ଅନନ୍ୟା, ଗୌରବ,ଆଶୁତୋଷ, ପ୍ରଜ୍ଞା ଏବଂ ସମୀକ୍ଷା ପ୍ରମୁଖ କଣ୍ଠଦାନ
କରିଛନ୍ତି ।ବସନ୍ତରାଜ ସାମଲଙ୍କ ରଚିତ ଗୀତ ଗୁଡିକ ବେଶଚିତାକର୍ଷକ ହୋଇଛି। ବସନ୍ତରାଜ-ପ୍ରେମ୍ ଆନନ୍ଦ୍
ଯୋଡିରେ ପ୍ରସ୍ତୁତ ଗୀତଗୁଡିକ ସିନେମାକୁ ଆହୁରି
ହୃଦୟଛୁଆଁ କରିଛି।
।