ଭୁବନେଶ୍ୱର (ଆମ ଟିଭି): ସମସ୍ତ ପୋଲିସ କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ । ଫିଟ୍ ରୁହ । ସମସ୍ତ ପୋଲିସ କର୍ମଚାରୀ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବା ପାଇଁ ନିୟମିତ ବାୟାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପିଆର, ଡିପିଓ, କମିସନରେଟ୍ ପୋଲିସ ମୁଖ୍ୟାଳୟ, ଟିମ୍ ୬୦, ଓଏସଏପି ମୋବିଲାଇଜଡ୍ ଫୋର୍ସ ପାଇଁ ଏହି ନିର୍ଦ୍ଦେଶନାମା ଆସିଛି ।
ଏଥିରେ କୁହାଯାଇଛି ପ୍ରତ୍ୟେକ ଆଇନ୍ ଶୃଙ୍ଖଳା ବିଭାଗ ପାଇଁ ଶାରୀରିକ ଓ ମାନସିକ ଭାବେ ଫିଟ୍ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜଣେ ପୋଲିସ କର୍ମଚାରୀ ନିକଟରେ ଶାରୀରିକ ଓ ମାନସିକ ସମସ୍ୟା ଦେଖାଦେବା ଆଶଙ୍କା ଅଧିକ ।