ନୂଆଦିଲ୍ଲୀ (ଆମ ଟିଭି): ପ୍ୟାରିସ୍ ଅଲମ୍ପିକ୍ସରେ ନିରାଶ କଲେ ଓଡ଼ିଆ ପୁଅ କିଶୋର ଜେନା । ଫାଇନାଲ ପାଇଁ କରିପାରିଲେନି କ୍ୱାଲିଫାଏ । ଏସିଆନ୍ ଚାମ୍ପିୟନସିପ୍ରେ ଉତ୍କୃଷ୍ଟ ପ୍ରଦର୍ଶନ ପରେ ଦେଶବାସୀଙ୍କର କିଶୋରଙ୍କ ଉପରେ ବେଶ ଆଶା ଭରସା ରହିଥିଲା । ଗ୍ରୁପ୍ A କ୍ବାଲିଫାଏ ରାଉଣ୍ତରେ ନବମ ସ୍ଥାନ ହାସଲ କରିଛନ୍ତି କିଶୋର ।
ଅଲମ୍ପିକ୍ସ ୨୦୨୪ ଗ୍ରୁପ A ଯୋଗ୍ୟତା ପର୍ୟ୍ୟାୟରେ ଫେଲ୍ ମାରିଲେ ଓଡ଼ିଆ ପୁଅ କିଶୋର ଜେନା । ଶତଚେଷ୍ଟା ପରେ ବି ଫାଇନାଲ ପାଇଁ କରିପାରିଲେନି କ୍ୱାଲିଫାଏ । ଯୋଗ୍ୟତା ରାଉଣ୍ତରେ ସେ ୮୦.୭୩ ମିଟର ଥ୍ରୋ ଫିଙ୍ଗିଥିଲେ । ଅମିତ ରୋହିଦାସଙ୍କ ପରେ ଅଲମ୍ପିକ୍ସ ଖେଳୁଥିବା ଦ୍ୱିତୀୟ ଓଡ଼ିଆ ପୁଅ ହେଉଛନ୍ତି କିଶୋର ଜେନା ।