ଭୁବନେଶ୍ବର (ଆମ ଟିଭି): ଆସନ୍ତା ଜାନୁୟାରୀ ୨୧ ତାରିଖରେ ହେବ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ (OSSTET) । ଦୁଇଟି ସିଟିଂରେ ଓଏସଏସଟିଇଟି ପରୀକ୍ଷା ହେବ। ଗୋଟିଏ ସିଟିଂରେ ପେପର-୧ ଏବଂ ୨ୟ ସିଟିଂରେ ପେପର-୨ ପରୀକ୍ଷା ହେବ।
ପରୀକ୍ଷା ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ୩୦ରେ ଶେଷ ହେବ । ଆଶାୟୀ ପ୍ରାର୍ଥୀମାନେ ଜାନୁୟାରୀ ୧୦ ତାରିଖରୁ ୱେବସାଇଟ (bseodisha.ac.in) ରୁ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ ।