ଭୁବନେଶ୍ୱର (ଆମ ଟିଭି): ଓଟିପି ସେୟାରିଂ ଏବଂ ଆତଙ୍କୀ ଲିଙ୍କ୍ ମାମଲାରେ ଗିରଫ ଅଭିଯୁକ୍ତ ପଠାଣି ସାମନ୍ତଙ୍କୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗର ସ୍ପେଶାଲ ଟାକ୍ସଫୋର୍ସ । ଏନେଇ କୋର୍ଟରେ ଆବେଦନ କରିଛି ପଶ୍ଚମବଙ୍ଗ ଏସଟିଏଫ୍ । ଆସନ୍ତାକାଲିଠୁ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇପାରେ ପଶ୍ଚିମବଙ୍ଗ ଏସଟିଏଫ୍ । ଗୁଡ଼ୁ ମୁସଲିମ ମାମଲାରେ ଅଧିକ ଖୋଳତାଡ ହୋଇପାରେ ବୋଲି ଆଲୋଚନା କରାଯାଉଛି । ପୂର୍ବରୁ ପଶ୍ଚିମବଙ୍ଗର ସିଲିଗୁଡି ଥାନରେ ପଠାଣି ସାମନ୍ତଙ୍କ ବିରୋଧରେ ଅପରାଧିକ ମାମଲା ରହିଛି ।
ତେଣୁ ଅଧିକ ତଦନ୍ତ ପାଇଁ ପଠାଣି ସାମନ୍ତଙ୍କୁ ରିମାଣ୍ଡରେ ନେଇ ପଚାରାଉଚରା କରିବ ପଶ୍ଚିମବଙ୍ଗ ଏସଟିଏଫ୍ । ସେପେଟ ପଶ୍ଚିମବଙ୍ଗ ଏସଟିଏଫର ରିମାଣ୍ଡ ପରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ପଠାଣି ସାମନ୍ତଙ୍କୁ ଜେରା କରିବ । ଝାରପଡା ଜେଲରେ ପଠାଣି ସାମନ୍ତଙ୍କୁ ଏନଆଇଏ ଜେରା କରିବା ନେଇ ସୂଚନା ମଳିଛି ।