ଭୁବନେଶ୍ବର (ଆମ ଟିଭି ): ଖୋଲୁଛି ଓଟିପି ସେୟରିଂ ମାମଲାର ଗୋଟିଏ ପରେ ଗୋଟିଏ ଗୁମର । ଓଟିପି ସେୟାରିଂ ସ୍କାମ ତଥ୍ୟ ଲିକ୍ ଘଟଣାରେ ଖୋଲିବ ପାକିସ୍ତାନ ଆଇଏସ୍ଆଇ ଏଜେଣ୍ଟଙ୍କ ସହ ଆର୍ଥିକ କାରବାରର ଲିଙ୍କ । ଭୁବନେଶ୍ୱରରେ ଅଭିଯୁକ୍ତ ଅଭିଜିତକୁ ଜେରା କରୁଛି ମହାରାଷ୍ଟ୍ର ଏଟିଏସ୍ । ଗତକାଲିଠାରୁ ଏଟିଏସର ତିନି ଜଣିଆ ଟିମ୍ ଅଭିଜିତକୁ ପଚରାଉଚରା କରୁଛନ୍ତି ।
ଗିରଫ ଅଭିଜିତର ପାକିସ୍ତାନ, ଆଇଏସଆଇ ଓ ନାଇଜେରିଆ ଲିଙ୍କ ସାମ୍ନାକୁ ଆସିଛି । ତେଣୁ ଆତଙ୍କୀଙ୍କ ସହ ସମ୍ପର୍କ ସନ୍ଦେହରେ ଗୁଡେଇ ତୁଡେଇ ପଚରା ଉଚରା କରାଯାଉଛି । ଖୁବଶୀଘ୍ର ଏନଆଇଏ ଓ ଆଇବି ଓଡ଼ିଶା ଆସି ଅଭିଜିତ୍କୁ ଜେରା କରିବେ ବୋଲି ଜଣାପଡିିଛି । କରାଚୀରୁ ଅଭିଜିତଙ୍କ ଆକାଉଣ୍ଟକୁ ଟଙ୍କା ଆସୁଥିଲା ।