ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା ରେ ଲଭ୍ ୟୁ ଲଭ୍ଲୀ
+୨ଶ୍ରେଣୀରେ ପଢ଼ୁଥିବା ଛାତ୍ର ଦିଲୁ ତା’ର ନୂଆ ପଡ଼ୋଶିନୀଙ୍କ ସହ ଭେଟ ହେଉଛି। ସେଇ ପଡ଼ୋଶିିନୀଙ୍କ ନାଁ ଲଭ୍ଲୀ। ଲବଲୀ ଦିଲୁ ଥାରୁ 4 ବର୍ଷ ବଡ ହେଲେ ଦେଖିବାକୁ ଲଭ୍ଲୀ ଅତି ସୁନ୍ଦର। ନିଜ ସୌନ୍ଦର୍ଯ୍ୟରେ ଲଭ୍ଲୀ ଦିଲୁକୁ ବଶୀଭୂତ କରିବାକୁ ଚାହୁଁଛି। ଲଭ୍ଲୀକୁ ପାଇବା ପାଇଁ ଦିଲୁ ମଧ୍ୟ ଦିବାସ୍ବପ୍ନ ଦେଖୁଛି। ଏଥିପାଇଁ ସେ ଲଭ୍ଲୀ ସହ ଭାବ ବିନିମୟ କରୁଛି। ଧୀରେ ଧୀରେ ଦିଲୁ ଲଭ୍ଲୀର ନିକଟତର ହେଉଛି ଏବଂ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ ହେଇ ଗଢ଼ିଉଠୁଛି। ହେଲେ ଏ ଦୁହିଙ୍କ ସମ୍ପର୍କ ଆଉ ଆଗକୁ ବଢ଼ିପାରୁନାହିଁ।ସ୍ନାତକ ଶ୍ରେଣୀରେ ପଢ଼ୁଥିବା ଲଭ୍ଲୀ ହଠାତ୍ ଆଉ ଜଣକୁ ବିବାହ କରୁଛି। ଏଇ ଘଟଣା ପରେ ଦିଲୁର ହୃଦୟ ଫାଟିପଡ଼ୁଛି। ସନ୍ଦୀପ ରାଉତ ପ୍ରଯୋଜିତ ଏଇ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରାଜେଶ ପଟେଲ। ଲଭ୍ଲୀ ଭୂମିକାରେ ମୁମ୍ବାଇ ଅବସ୍ଥାପିତ ଓଡ଼ିଆ ଅଭିନେତ୍ରୀ ସ୍ମିତିକା ଅ।ଚାର୍ଯ୍ୟ, ଦିଲୁ ଭୂମିକାରେ ଲୋହିତାକ୍ଷ ପଟ୍ଟନାୟକ ଥିବାବେଳେ ଆର୍ଯ୍ୟ ପ୍ରହରାଜ, ଅନୀଶ ମିଶ୍ର, ସ୍ବରାଜ ପତି, ଲୋପାମୁଦ୍ରା ସେନାପତି, ସ୍ନିଗଧା ମହାନ୍ତି, ଗୋପାଳ ଶର୍ମା ପ୍ରମୁଖ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି। ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା ରେ ଏହା ଆଗାମୀ ୨୫ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି। ପୂର୍ବରୁ କଞ୍ଚାଲଙ୍କା ଓଟିଟି ରେ ପପୁଙ୍କ “ହ୍ୟାଲୋ ରାବଣ”,ରୀୟା ଙ୍କ “ହଉ ହଉ ହେଇଗଲା ରେ” , ଶ୍ରଦ୍ଧା ଙ୍କ “ବ୍ରେକ୍ ଅପ୍ ରୁଲସ୍” ଷ୍ଟ୍ରିମିଙ୍ଗ୍ ହୋଇ ବେଶ୍ ଆଦୃତ ହୋଇସାରିଛି।