ଆମ ଆଦମୀ ପାର୍ଟି ପବନରେ ଭାସୁଛି: ରାହୁଲ ଗାନ୍ଧୀ

0

ଗୁଜରାଟ (ଆମ ଟିଭି): ଗୁଜୁରାଟ ଉପନିର୍ବାଚନ ତାରିଖ ଘୋଷଣା ନ ହୋଇଥିଲେ ମଧ୍ୟ ରାଜନୀତି ସରଗରମ ହେବାରେ ଲାଗିଲାଣି । ଆସନ୍ତା ଗୁଜୁରାଟ ବିଧାନସଭା ନିର୍ବାଚନରେ କଂଗ୍ରେସ ଜିତିବ। ରାଜ୍ୟରେ ବିଜେପି ବିରୋଧୀ ହାୱା ରହିଛି। ଆଉ ଆପ୍ କେବଳ ବିଜ୍ଞାପନରେ ହିଁ ଚର୍ଚ୍ଚାରେ ରହୁଛି। ନହେଲେ ତୃଣମୂଳ ସ୍ତରରେ ଆପର କୌଣସି ସମ୍ପର୍କ ନାହିଁ। ଗୁଜୁରାଟ ନିର୍ବାଚନକୁ ନେଇ ଆଜି ଏଭଳି ଦୃଢ଼ୋକ୍ତ ପ୍ରକାଶ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଗୁଜୁରାଟରେ ଆମେ ମଜଭୁତ ଅଛୁ ବୋଲି କହିଛନ୍ତି ରାହୁଲ। ଭାରତ ଯୋଡ଼ ଯାତ୍ରା ଅବସରରେ ତେଲେଙ୍ଗାନାରେ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ରାହୁଲ୍।

ରାହୁଲ କହିଛନ୍ତି ” ଆପ କେବଳ ପବନରେ ଭାସୁଛି। ହେଲେ ତୃଣମୂଳ ସ୍ତରରେ କୌଣସି ସମ୍ପର୍କ ନାହିଁ। ଆପର କଥାରେ ଗଣମାଧ୍ୟମ ହାୱା ତିଆରି କରୁଛି। ସେଠାରେ କଂଗ୍ରେସ ମଜଭୁତ ଅଛି। ଆମେ ଏଥର ନିର୍ବାଚନ ଜିତିବୁ।” ରାହୁଲ ଆହୁରି କହିଛନ୍ତି “ଭାରତରେ ଦୁଇଟି ଆଦର୍ଶ ମଧ୍ୟରେ ଲଢ଼େଇ ହେଉଛି। ଗୋଟିଏ ଦେଶକୁ ଭାଙ୍ଗିବାକୁ ଚାହୁଁଛି ଓ ଅନ୍ୟ ଜଣେ ଦେଶକୁ ଗୋଟିଏ ସୂତ୍ରରେ ବାନ୍ଧିବାକୁ ଚାହୁଁଛି। ଏକଥା ସ୍ପଷ୍ଟ ଯେ ବିଜେପି ଓ ଆର୍ଏସ୍ଏସ୍ର ଆଦର୍ଶକୁ ହରାଇବା ପାଇଁ ହେଲେ ବିରୋଧୀମାନଙ୍କୁ ସୌହାର୍ଦ୍ୟପୂର୍ଣ୍ଣ ଭାବେ ମିଳି ମିଶା କାମ କରିବାକୁ ପଡ଼ିବ। “ ବିଜେପିକୁ ରାର୍ଗେଟ୍ କରି ରାହୁଲ ଆହୁରି କହିଛନ୍ତି ଯେ ବିଜେପି ଆର୍ଏସ୍ର ନେତାମାନଙ୍କ ପାଇଁ ଚାଲୁଛି। ତା ପାଖରେ କେବଳ ଘୃଣା ଅଛି। ବିଜେପି ଏକ ଭୟର ଭାବ।

 

Leave A Reply

Your email address will not be published.