ସର୍ଚ୍ଚିଂ ସୋଲ୍ସ ସଂଗଠନ ଦ୍ବାରା “ଆମ ଶିକ୍ଷାଦାତା ୨୦୨୨” ସେମିନାର୍ ଆୟୋଜିତ
ଭୁବନେଶ୍ୱର (ଆମ ଟିଭି): ଗୁରୁ ଦିବସ ଅବସରରେ, ସର୍ଚ୍ଚିଂ ସୋଲ୍ସ ସଂଗଠନ ତରଫରୁ ଏକ ସେମିନାର “ଆମ ଶିକ୍ଷାଦାତା ୨୦୨୨” ଭର୍ଚୁଆଲ୍ ପ୍ଲାଟଫର୍ମରେ ଆୟୋଜିତ ହୋଇଥିଲା। ଉକ୍ତ କାର୍ୟ୍ୟକ୍ରମରେ ଡ. ମାନସ ରଂଜନ ଚୌଧୁରୀ (ଆସୋସିଏଟ୍ ପ୍ରଫେସର, ସି.ଏସ୍.ଇ ବିଭାଗ, ଟ୍ରାଇଡେଣ୍ଟ୍ ଏକାଡେମୀ ଅଫ୍ ଟେକ୍ନୋଲୋଜି, ଭୁବନେଶ୍ୱର), ଶ୍ରୀମତୀ ଲିପ୍ସା ବେଉରିଆ (ଅଧ୍ୟକ୍ଷ, ଟଡଲର୍ସ ପ୍ଲେ ସ୍କୁଲ୍, ଭୁବନେଶ୍ୱର), ଶେଖ୍ ଆସିଫ୍ (ଓଡିଶା ସରକାରୀ ଶିକ୍ଷକ, ଗୁହାଲ୍ଡାଙ୍ଗ୍ରି ସରକାରୀ ଉଚ୍ଚ ବିଦ୍ୟାଳୟ, ରାଇରଙ୍ଗପୁର), ଜାତୀୟ ଯୁବ ଶିକ୍ଷକ ପୁରସ୍କାରପ୍ରାପ୍ତ ଚନ୍ଦନ କୁମାର ମିଶ୍ର, ସୁନାମଧନ୍ୟ ଗାୟିକା ଜ୍ୟୋତିର୍ମୟୀ ନାୟକ ଏବଂ ପ୍ରଭାସିନି ଦାସ (ପ୍ରତିଷ୍ଠାତ୍ରୀ, ସର୍ଚ୍ଚିଂ ସୋଲ୍ସ) ପ୍ରମୁଖ ଯୋଗ ଦେଇ ଗୁରୁ ଦିବସ ଅବସରରେ ନିଜର ମୂଲ୍ୟବାନ ମତାମତ ରଖିଥିଲେ।
ସେମିନାର ପରେ ପରେ ଗାୟିକା ଜ୍ୟୋତିର୍ମୟ ନାୟକ ଏକ ଗୀତ ଗାନ କରିଥିଲେ। ଶେଷରେ, ସମସ୍ତ ଅତିଥିଙ୍କୁ ସଂଗଠନ ଦ୍ୱାରା ପୁରସ୍କୃତ କରାଯାଇଥିଲା ଜ୍ଝ ପ୍ରଭାସିନି ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସୁଭୋଜିତ୍ ପଣ୍ଡା ଏହି କାର୍ୟ୍ୟକ୍ରମକୁ ଉପସ୍ଥାପନା କରିଥିଲେ।