ବାହାରିଲା ମାଟ୍ରିକ ଫଳ: ପାସ୍ ହାର ୯୦.୫୫%,୧୧ରୁ ରି-ଚେକିଂ ପାଇଁ ଆବେଦନ

0

କଟକ(ଓଡ଼ିଆ ନ୍ୟୁଜ୍): ପ୍ରକାଶ ପାଇଲା ଚଳିତ ମାଟ୍ରିକ ପରୀକ୍ଷା ଫଳ । କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଫଳାଫଳ ଘୋଷଣା କରିଛନ୍ତି । ଚଳିତ ବର୍ଷ ପାସ୍ ହାର ୯୦.୫୫% ରହିଛି। ୫ ଲକ୍ଷ ୨୬ ହଜାର ୮୧୮ ପିଲା ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫, ୧୭, ୮୪୭ ଜଣ ପାସ୍‌ କରିଥିବା ବେଳେ ୮୬୯୯ ଜଣ ଫେଲ୍ ହୋଇଛନ୍ତି। ଚଳିତ ବର୍ଷ ୨, ୫୬, ୮୭୭ ଜଣ ଛାତ୍ର ପାସ୍‌ କରିଥିବା ବେଳେ ୨, ୬୦, ୯୭୦ ଜଣ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। A1 ଗ୍ରେଡରେ ୮୧୧୯ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ସେହିଭଳି A2ରେ ୫୪, ୮୮୯ ଜଣ, B1ରେ ୧, ୨୦, ୨୦୩ , B2ରେ ୧, ୪୨, ୨୬୬, C ରେ ୧, ୧୬, ୧୧୧, Dରେ ୫୯, ୨୪୫, Eରେ ୧୪, ୬୪୭ ଓ F ଗ୍ରେଡରେ ୭୭୯୦ ପିଲା ପାସ୍‌ କରିଛନ୍ତି।

ରାଜ୍ୟର ୧୧୭୦ ସ୍କୁଲର ସମସ୍ତ ପିଲା ପରୀକ୍ଷାରେ ପାସ୍ କରିଥିବା ବେଳେ ୩ଟି ସ୍କୁଲରେ କୌଣସି ପିଲା ପାସ୍ କରି ନାହାନ୍ତି। ଅର୍ଥାତ୍ ୩ଟି ସ୍କୁଲ୍‌ରେ ଶୂନ ରେଜଲ୍ଟ ହୋଇଛି। ସେଥି ମଧ୍ୟରେ ମାଲକାନଗିରିର ୨ଟି ଓ ଅନୁଗୋଳର ଗୋଟିଏ ସ୍କୁଲ ଥିବା ମନ୍ତ୍ରୀ କହିଛନ୍ତି। ମାଲକାନଗିରିର ୨ଟି ସ୍କୁଲରେ ମୋଟ ୨ଜଣ ପିଲା ପଢୁଥିବା ବେଳେ ଅନୁଗୋଳର ଉକ୍ତ ସ୍କୁଲରେ ମଧ୍ୟ ୨ଜଣ ପିଲା ପଢୁଥିଲେ ବୋଲି ଗଣଶିକ୍ଷର ମନ୍ତ୍ରୀ କହିଛନ୍ତି।ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ ଯେ ମୂଲ୍ୟାୟନ ପଦ୍ଧତିକୁ ନିର୍ଭୁଲ କରିବାକୁ ବହୁ ଚେଷ୍ଟା କରାଯାଇଛି। ଏହାସତ୍ତ୍ୱେ ଯେଉଁ ଛାତ୍ରଛାତ୍ରୀ ନିଜ ରେଜଲ୍ଟରେ ସନ୍ତୁଷ୍ଟ ନୁହନ୍ତି, ସେମାନେ ରି-ଚେକିଂ ପାଇଁ ଆବେଦନ କରିପାରିବେ।

Leave A Reply

Your email address will not be published.