ପି. ସତ୍ୟନାରାୟଣ ହେଲେ ୟୁସିଡିଏର ନୂତନ ସଭାପତି  

0

ଗତ ୨୫ ତାରିଖରେ, ଉତ୍କଳ କେମିଷ୍ଟ ଏବଂ ଡ୍ରଗିଷ୍ଟ ଆସୋସିଏସନ (ୟୁସିଡିଏ)ର ତ୍ରିବାର୍ଷିକ ନିର୍ବାଚନ ଶେଷ ହୋଇଛି ଯେଉଁଥିରେ ଶ୍ରୀ ପି. ସତ୍ୟନାରାୟଣ (ଗଞ୍ଜାମ) ଏବଂ ଶ୍ରୀ ପ୍ରଶାନ୍ତ ମହାପାତ୍ର (କଟକ) ଆଗାମୀ ତିନି ବର୍ଷ ପାଇଁ ଅର୍ଥାତ୍ ୨୦୨୫ ରୁ ୨୦୨୮ ପାଇଁ ସଭାପତି ଏବଂ ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି ।

ଶ୍ରୀ ମନମୋହନ ରଥ (ବଲାଙ୍ଗିର) ମୁଖ୍ୟ ନିର୍ବାଚନ ଅଧିକାରୀ ଭାବରେ ଏବଂ ଶ୍ରୀ ପ୍ରଶାନ୍ତ କୁମାର ଜେନା (ଭୁବନେଶ୍ୱର) ଏବଂ ଶ୍ରୀ ଜୟନ୍ତ କୁମାର ଦୀକ୍ଷିତ (ଝାରସୁଗୁଡ଼ା) ଉପ ନିର୍ବାଚନ ଅଧିକାରୀ ଭାବରେ ଏହି ନିର୍ବାଚନକୁ ସୁଗମ ଭାବରେ ପରିଚାଳନା କରିଥିଲେ।

ୟୁସିଡିଏର ସାଧାରଣ ପରିଷଦ ବୈଠକ ଆସନ୍ତା ନଭେମ୍ବର ୧୮ ଏବଂ ୧୯ ତାରିଖରେ ଶ୍ରୀ ଜେ.ଏସ୍. ସିନ୍ଦେ ସଭାପତି ଏଆଇଓସିଡି, ଶ୍ରୀ ରାଜୀବ ସିଂହଲ ସାଧାରଣ ସମ୍ପାଦକ ଏଆଇଓସିଡି ଏବଂ ଶ୍ରୀ ପି.କେ. ସିଂହ ଉପାଧ୍ୟକ୍ଷ ଏଆଇଓସିଡିଙ୍କ ଉପସ୍ଥିତିରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବ ବୋଲି କହିଛନ୍ତି ୟୁସିଡିଏ ସାଧାରଣ ସମ୍ପାଦକ ପ୍ରଶାନ୍ତ ମହାପାତ୍ର ।

Leave A Reply

Your email address will not be published.