ଭୁବନେଶ୍ୱର (ଆମ ଟିଭି): ସରିଛି ପଦ୍ମପୁର ଉପନିର୍ବାଚନ । ଇଭିଏମରେ ସିଲ୍ ହୋଇଛି ସବୁ ପ୍ରାର୍ଥୀଙ୍କ ଭାଗ୍ୟ । ପଦ୍ମପୁରରେ କିଏ ଜିତିବ? ତାକୁ ନେଇ ଆରମ୍ଭ ହେଲାଣି କଳାପନା ଜଳ୍ପନା । ଏହାରି ଭିତରେ ପଦ୍ମପୁର ଫଳାଫଳ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ସେ କହିଛନ୍ତି ଯେତେବେଳେ ମଧ୍ୟ ମତଦାନ ଅଧିକ ହୁଏ ସେତେବେଳେ ଜଣାପଡେ ଯେ ଆଣ୍ଟି ଇନ୍ କମ୍ବିନେସି ୱେଭ ରହିଛି । ଅର୍ଥାତ ଲୋକମାନେ ପରିବର୍ତ୍ତନ ପାଇଁ ଭୋଟ ଦେଇଛନ୍ତି । ତେଣୁ ଆମେ ଆଶାବାଦୀ ରହିଛୁ ।
ଅପରାଜିତା ଆହୁରି ମଧ୍ୟ କହିଛନ୍ତି ଯେ, ଦଳ ଶତପ୍ରତିଶତ ପରିଶ୍ରମ କରିଛି । ଆଶା ରହିଛି ଯେ ପଦମପୁରବାସୀ ଆମକୁ ଆଶୀର୍ବାଦ କରିବେ ଏବଂ ପଦମପୁରରେ ପଦ୍ମ ଫୁଟିବ । ତେବେ କେତେ ବ୍ୟବଧାନ ରହିବା ତାକୁ ଏବେ କହିବା ଠିକ ନୁହେଁ ବୋଲି ଅପରାଜିତା କହିଛନ୍ତି । ଏହି ସମୟରେ ଗଣମାଧ୍ୟମ ପ୍ରଶ୍ନ କରିଥିଲେ ଯ ନବୀନ ଫ୍ୟାକ୍ଟର କାମ ଦେବନା ନାହିଁ । ଏହାର ଉତ୍ତରରେ ଅପରାଜିତା କହିଥିଲେ ଯେ ନିର୍ବାଚନରେ କୌଣସି ଫ୍ୟାକ୍ଟର କାମ ଦିଏ ନାହିଁ । ପଦମପୁରବାସୀ ପୂର୍ବରୁ ନିର୍ଣ୍ଣୟ କରିଥିଲେ କାହାକୁ ଭୋଟ ଦେବେ ।