ଭୁବନେଶ୍ୱର(ଆମ ଟିଭି): ଧାମନଗର ପରେ ପଦ୍ମପୁର ପାଇଁ ଆରମ୍ଭ ହେଲାଣି ରଣନୀତି । ବିଜେଡି ତାର ଷ୍ଟ୍ରାଟେଜି ଆରମ୍ଭ କରିଥିବା ବେଳେ ବିଜେଡି ମଧ୍ୟ ପଛରେ ପଡ଼ିନାହିଁ । ପଦ୍ମପୁର ଉପନିର୍ବାଚନ ପାଇଁ ଧାମନଗରଠୁ ବଡ଼ ଷ୍ଟ୍ରାଟେଜି କରିଛି ବିଜେପି । ଧାମନଗର ଭଳି ଅଧିକ ଶକ୍ତିଶାଳୀ ଓ ଅଧିକ ବଳ ଲଗାଇ ନିର୍ବାଚନ ଲଢ଼ିବ ଦଳ । ଖୁବଶୀଘ୍ର ଦଳର କ୍ଷତ୍ରୀୟ ପ୍ରଭାରୀ ସୁନୀଲ ଵଂଶଲ ଓ ପ୍ରଭାରୀ ଡ଼ି ପୁରନ୍ଦେଶ୍ୱରୀ ଷ୍ଟ୍ରାଟେଜି ପ୍ରସ୍ତୁତ କରିବା ପାଇଁ ଓଡିଶା ଆସୁଛନ୍ତି ।
ତେବେ ପ୍ରାଥମିକ ସ୍ତରରେ ଦଳର ତିନି ବରିଷ୍ଠ ନେତାଙ୍କୁ ଦାୟିତ୍ୱ ମିଳିଛି । ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା ଓ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ନିର୍ବାଚନ ବେଳେ ସମସ୍ତ ବିଧାୟକଙ୍କ ସମେତ ପଶ୍ଚିମ ଓଡିଶାର ନେତାମାନଙ୍କୁ ସେଠାରେ ରହିବାକୁ କୁହାଯାଇଛି ।