ପଦ୍ମପୁର ଉପନିର୍ବାଚନ ଫଳାଫଳ: ନବୀନଙ୍କୁ ଟାର୍ଗେଟ କରି ଏପରି କହିଲେ ଜୟନାରାୟଣ ମିଶ୍ର

0

ଭୁବନେଶ୍ୱର (ଆମ ଟିଭି): ପଦ୍ମପୁରରେ ବିଜେଡି ବିଜେପିକୁ ଚିତପଟାଙ୍ଗ କରି ବାଜି ମାରିନେଲା । ଏହାପରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା ଆସିଛି । ବର୍ଷା ସିଂ ବରିହାଙ୍କ ପାଇଁ ମୁଖ୍ୟମନ୍ତ୍ରୀ କାହିଁକି ନିର୍ବାଚନ ପ୍ରଚାର କରିବାକୁ ଗଲେ ଏନେଇ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ ଜବାବ ରଖିବା ପରେ ବି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ତାଙ୍କୁ କଟାକ୍ଷ କରିବାକୁ ପଛାଇନାହାଁନ୍ତି । ଜୟନାରାୟଣ କହିଛନ୍ତି, ନୂଆ କାହାଣୀ ବନାଇ ସମବେଦନା ଗୋଟାଇବା ମୁଖ୍ୟମନ୍ତ୍ରୀଙ୍କର ପୁରୁଣା ଅଭ୍ୟାସ । ପ୍ରକୃତରେ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳର ଆହ୍ୱାନରେ ପଦ୍ମପୁର ପ୍ରଚାରକୁ ଯାଇନଥିଲେ ବରଂ ଦଳର ସଭାପତି ହିସାବରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଯାଇଥିଲେ ।

ଜୟନାରାୟଣ ମିଶ୍ର ବିରୋଧୀଙ୍କୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲେ । ବିରୋଧୀ ନେତା ତାଙ୍କ ଦଳ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ଅସମ୍ମାନିତ କରିଛନ୍ତି । ତେଣୁ ତାଙ୍କ ସମ୍ମାନାର୍ଥେ ସେ ପଦ୍ମପୁରକୁ ପ୍ରଚାର କରିବାକୁ ଯାଇଥିଲେ । ହେଲେ ବାସ୍ତବରେ ମୁଖ୍ୟମନ୍ତ୍ରୀ ଓ ଶାସକ ଦଳ ମହିଳା ଜାତିର କେତେ ସମ୍ମାନ କରନ୍ତି ତାହା ପରୀ, ପରିମିତା, ବେବିନା, ଇତିଶ୍ରୀ ପରି ଘଟଣାରୁ ସାରା ରାଜ୍ୟବାସୀ ଭଲ ଭାବେ ଜାଣିଛନ୍ତି ବୋଲି କହି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗଟ କରିଛନ୍ତି ଜୟନାରାୟଣ ମିଶ୍ର ।

Leave A Reply

Your email address will not be published.