ପଦ୍ମପୁର ଉପନିର୍ବାଚନ: ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି

0

ପଦ୍ମପୁର (ଆମ ଟିଭି): ପଦ୍ମପୁର ଉପନିର୍ବାଚନକୁ ନେଇ ପ୍ରସ୍ତୁତ ହେଲେଣି ୩ ଦଳ । କିଏ ହାତେଇବ ପଦ୍ମପୁର ଆସନ ତାକୁ ନେଇ ଲାଗିଲାଣି କସରତ । ଆଜି ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି। ନଭେମ୍ବର ୧୭ ତାରିଖରେ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ୧୮ ତାରିଖରେ ଯାଞ୍ଚ ଆଉ ୨୧ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିହେବ। ଡିସେମ୍ବର ୮ ତାରିଖରେ ଭୋଟ୍ ଗଣତି ହୋଇ ସେହିଦିନ ଫଳାଫଳ ପ୍ରକାଶ ପାଇବ।

ଏଥିପାଇଁ ତିନି ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ବିଜେଡି ନିଜ ନିଜ ପ୍ରାର୍ଥୀଙ୍କୁ ଚୟନ କରିବା ପାଇଁ ଲାଗି ପଡ଼ିଲେଣି। ବିଜେଡିରୁ ପ୍ରାର୍ଥୀ ହେବା ନେଇ ଦିବଂଗତ ବିଜୟ ରଂଜନ ସିଂ ବରିହାଙ୍କ ପରିବାରରୁ ସାମ୍ନାକୁ ଆସୁଛି ଦୁଇଟି ଚେହେରା। ଜଣେ ବିଜୟ ରଂଜନଙ୍କ ଧର୍ମପତ୍ନୀ ତିଳୋତ୍ତମା ସିଂ ବରିହା ଓ ଅନ୍ୟ ଜଣେ ହେଲେ ତାଙ୍କ ପୁତୁରା ବୋହୂ ମାଧବୀ ସିଂ ବରିହା।ଇୟଗ୍ଦ ଭଚ୍ଚଧାମନଗର ଫଳାଫଳ ପରେ ବିଜେପି କ୍ୟାମ୍ପ ପୂରା ଉତ୍ସାହିତ। ଧାମନଗର ଭଳି ପଦ୍ମପୁର ଉପନିର୍ବାନ ଲାଗି ତୟାର ହୋଇଛି ଷ୍ଟ୍ରାଟେଜି। ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଏଠାରୁ ଦଳୀୟ ପ୍ରାର୍ଥୀ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି।

 

Leave A Reply

Your email address will not be published.